ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡର ଯେତିକି ଭ୍ୟାରିଏଣ୍ଟ ଅଛି, ସେତିକି ଭ୍ୟାରିଏଣ୍ଟରେ ଓମିକ୍ରନ ଅଧିକ ଅଛି । ଯେତିକି ସାମ୍ପୁଲ ଯାଇଥିଲା ସେଥିରୁ ୯୮ ପ୍ରତିଶତ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।
ଓମିକ୍ରନର ପ୍ରଭାବ କଥା ଯଦି ଦେଖିବା, ତାହେଲେ ରାଜ୍ୟରେ ଅଧିକ ଗୁରୁତର ମାମଲା ନାହିଁ । ଓମିକ୍ରନ ଭ୍ୟାରିଏଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ କେସ୍ କମୁଛି, ସେପରି ଆମ ରାଜ୍ୟରେ କେସ୍ କମିବ ବୋଲି ଆମର ଆଶା ରହିଛି । ମୋଟାମୋଟି କହିବାକୁ ଗଲେ, ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତିରେ ସୁଧାର ଆସୁଛି ବୋଲି ସେ କହିଛନ୍ତି ।