ଭୁବନେଶ୍ୱର: ସରିଯାଇଛି ଚଳିତବର୍ଷ ରାଜ୍ୟ ବଜେଟ । ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଧାନ ସଂଗ୍ରହ ପାଇଁ ୨ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ରିର୍ଭଲ ବିଙ୍ଗ ପାଣ୍ଠି । ରାଜ୍ୟରେ ନୂତନ ଭାବେ କାର୍ୟ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନକୁ କାର୍ୟ୍ୟକାରୀ କରିବେ ସରକାର । ଏହିଭଳି ଭଳିକି ଭଳି ୨୦ଟି ନୂଆ ଯୋଜନା ଓ କାର୍ୟ୍ୟକ୍ରମ ହାତକୁ ନେବେ ସରକାର । ରାଜ୍ୟରେ ବିକାଶର ଗାଡି ଆଗକୁ ଗଡ଼ିବ । ମୁଣ୍ଡପିଛା ଆୟ ବଢିବ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରୁ ଆରମ୍ଭ କରି ମହିଳା ଉଦ୍ୟୋଗୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ମିଳିବ ପ୍ରତ୍ସୋହନ ଓ ସହାୟତା । ୨୦୨୩-୨୪ ଅର୍ଥିକ ବର୍ଷର ବଜେଟ ଆଗତ କରି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ବିଧାନସଭାରେ ଶୁକ୍ରବାର ୨୦୨୩-୨୪ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ରାଜ୍ୟରେ ସାମଗ୍ରିକ ବିକାଶ ସହ ଜନ କଲ୍ୟାଣ ପାଇଁ ସରକାର ବହୁ ନୂଆ ଯୋଜନା ଓ କାର୍ୟ୍ୟକ୍ରମ ହାତକୁ ନେବେ । ଏଥିପାଇଁ ବଜେଟରେ ପାଣ୍ଠି ବରାଦ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥିରୁ ୯୪ ହଜାର କୋଟି ପ୍ରଶାସନିକ ବ୍ୟୟ ପାଇଁ ବରାଦ ହୋଇଥିଲାବେଳେ କାର୍ୟ୍ୟକ୍ରମ ବ୍ୟୟ ବରାଦକୁ ୧ ଲକ୍ଷ ୨୫ ହଜାର କୋଟିକୁ ବୃଦ୍ଧି ହୋଇଛି । ବଜେଟରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ଓ ପଛୁଆ ବର୍ଗର ବିକାଶକୁ ଧ୍ୟାନରେ ରଖି ପାଣ୍ଠି ବରାଦ ହୋଇଛି । ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟକୁ କରାଯାଇଛି ସର୍ବାଧିକ ଫୋକସ ।
ସ୍ୱାସ୍ଥ୍ୟ ବିଭାଗକୁ ୧୬ ହଜାର ୪୮ କୋଟି
କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ହସ୍ପିଟାଲରେ ରୂପାନ୍ତରିତ କରିବା ସହ ଶିଶୁ ମାତୃହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି । ଈଝକଣରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ସଂକଳ୍ପ ନେଇଛନ୍ତି । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି । ଯାହା ଗତବର୍ଷ ଠାରୁ ୨୭ ପ୍ରତିଶତ ଅଧିକ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆମ ହସ୍ପିଟାଲ ନାମରେ ନୂଆ ଯୋଜନା ଆରମ୍ଭ କରିବେ । ଏଥିପାଇଁ ଚଳିତ ବଜେଟରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୋଗୀଙ୍କ ମୈଳିକ ସୁବିଧା ସୁଯୋଗ, ସେବା ପ୍ରଦାନ ଯୋଜନାରେ ଉନ୍ନତି କରାଯିବ । ଈଝକଣ ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି ।
ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାହ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ୟ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ୟ୍ୟକ୍ଷମ କରାଯିବ ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ମନ୍ତ୍ରରେ ବିଶ୍ୱାସ ରଖି ସରକାର ଆମ୍ବୁଲାନ୍ସ ସେବାକୁ ଅଧିକ ବ୍ୟାପକ କରିବା ସହ ଜନସାଧାରଣଙ୍କୁ କ୍ୟାନ୍ସର ରୋଗର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ପାଞ୍ଚ ବର୍ଷରେ ପ୍ରାୟ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବାବେଳେ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ନର୍ସ ଓ ପାରା ମେଡିକାଲ ଅଫିସର ନିଯୁକ୍ତ ପାଇଛନ୍ତି ।