23.1 C
Bhubaneswar
Wednesday, November 13, 2024
Homeଦେଶ ବିଦେଶଧିରେ ଧିରେ ଆକାଶରୁ ତାରା ଅଦୃଶ୍ୟ ହେବାକୁ ବସିଲାଣି; ଜାଣନ୍ତୁ ଏହା ପଛର ରହସ୍ୟ

ଧିରେ ଧିରେ ଆକାଶରୁ ତାରା ଅଦୃଶ୍ୟ ହେବାକୁ ବସିଲାଣି; ଜାଣନ୍ତୁ ଏହା ପଛର ରହସ୍ୟ

ବ୍ୟୁରୋ: ଆକାଶରୁ ଗାୟବ ହୋଇଯାଉଛି ତାରା । ଧିରେ ଧିରେ ଆକାଶରୁ ତାରା ଅଦୃଶ୍ୟ ହେବାକୁ ବସିଲାଣି । ପିଲାଦିନେ ଆମେ ରାତିରେ ଆକାଶକୁ ଦେଖିଲେ ଜହ୍ନ ଓ ତାରା ଦେଖାଯାଉଥିଲା । କିନ୍ତୁ ଏବେ ଆକାଶରେ ଆଉ ତାରା ଦେଖିବାକୁ ମିଳୁନାହିଁ । କିନ୍ତୁ ଏହାର କାରଣ କଣ । ଆକାଶରୁ କଣ ସତରେ ତାରା ଅଦୃଶ୍ୟ ହୋଇଯାଉଛି କି ନା ଏହା ପଛରେ ଆଉ କିଛି କାରଣ ଅଛି ଆସନ୍ତୁ ତାରା ଅଦୃଶ୍ୟ ହେବା ପଛରେ ଥିବା ରହସ୍ୟକୁ ଜାଣିବା ।

ପିଲାଦିନେ ଆମେ ଛାତରେ ଶୋଇ ଆକାଶକୁ ଅନାଇଲେ ଚାରିଆଡ଼େ ତାରା ଭର୍ତ୍ତି ଥିବା ନଜର ଆସୁଥିଲା । କିନ୍ତୁ ଏବେ ଆକାଶରେ ଆଉ ତାରା ଦୃଶ୍ୟମାନ ହେଉ ନାହାନ୍ତି । ଯଦି ଆପଣ ଭାରତର କୌଣସି ବଡ଼ ସହରରେ ରହୁଛନ୍ତି ତେବେ ରାତିରେ ତାରା ଦେଖିବାର ଇଚ୍ଛାକୁ ଭୁଲି ଯାଆନ୍ତୁ । ଏପରିକି ବର୍ତ୍ତମାନ ଗାଁରେ ମଧ୍ୟ ଆକାଶରେ ତାରା ଦେଖାଯାଉ ନାହାନ୍ତି । କିନ୍ତୁ ଏ ତାରା ସବୁ ଯାଉଛନ୍ତି କୁଆଡ଼େ । କଣ ଭବିଷ୍ୟତରେ ଆମେ ଆକାଶରେ ତାରା ଦେଖି ପାରିବୁନି ।

ସମୟ ବଦଳିଛି ଆଉ ତା ସହ ବଦଳିଛି ପରିବେଶ । ଯଦି ଆପଣ ଭାବୁଛନ୍ତି ତାରା ସବୁ ଆକାଶରୁ ଅଦୃଶ୍ୟ ହୋଇଯାଉଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି । ତାରାଗୁଡ଼ିକ ବର୍ଷ ବର୍ଷ ପୂର୍ବରୁ ଯେଉଁଠି ଥିଲେ ଏବେ ବି ସେଇଠି ଅଛନ୍ତି । କିନ୍ତୁ ଲାଇଟ ପଲ୍ୟୁସନ୍‌? ଅର୍ଥାତ ଆଲୋକ ପ୍ରଦୂଷଣ ପାଇଁ ତାରାଗୁଡ଼ିକ ଆକାଶରେ ଆଉ ନଜର ଆସୁ ନାହାନ୍ତି । ସୂଚନା ଥାଉ କି ଆଲୋକ ପ୍ରଦୂଷଣ ହେଉଛି ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା ଆଲୋକ, ଯାହା ରାତିରେ ଆକାଶକୁ ଆଲୋକିତ କରେ । ଏବଂ ଏହି ଆଲୋକ ଦ୍ୱାରା ତାରା ଗୁଡ଼ିକ ଲୁଚି ଯାଆନ୍ତି ।

ତେବେ ସହରୀକରଣ ଏବଂ ଉଦ୍ୟୋଗିକ ବିକାଶ ଯୋଗୁଁ ପୃଥିବୀର ବଡ଼ ସହରଗୁଡ଼ିକରେ ଆଲୋକ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ବର୍ତ୍ତମାନ ବଡ଼ ବଡ଼ ସହରମାନଙ୍କରେ ତାରାମାନେ ଦୃଶ୍ୟମାନେ ହେଉନାହାନ୍ତି । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଯଦି ଆଲୋକ ପ୍ରଦୂଷଣ ଏଭଳି ଭାବେ ବୃଦ୍ଧି ପାଏ ତେବେ ଆଗାମୀ ଦିନରେ ଆମେ ଖାଲି ଆଖିରେ ତାରା ଦେଖି ପାରିବା ନାହିଁ । ପ୍ରକାଶ ପ୍ରଦୂଷଣ କାରଣରୁ କେବଳ ଯେ ତାରା ଦେଖାଯାଉ ନାହାନ୍ତି ତା ନୁହେଁ ସ୍ପେସ୍‌ ରିସର୍ଚ୍ଚ ଏବଂ ଜ୍ୟୋତିର୍ବିଜ୍ଞାନ ମଧ୍ୟ ପ୍ରଭାବିତ ହେଉଛି । ଖବର ଅନୁଯାୟୀ ଯଦି ଏଭଳି ଲଗାତାର ଆଲୋକ ପ୍ରଦୂଷଣ ଜାରି ରୁହେ ତେବେ ଭବିଷ୍ୟତରେ ଅନେକ ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବ, ଯେପରିକି ଉଲକାପିଣ୍ଡର ବର୍ଷା ହେବ, ଗ୍ରହ ଏବଂ ଆକାଶଗଙ୍ଗା ସ୍ପଷ୍ଟ ଭାବେ ଦେଖା ହେବା ବନ୍ଦ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking