28.1 C
Bhubaneswar
Sunday, June 23, 2024
Homeଓଡିଶାସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ

ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ

ମାଲକାନଗିରି : ଗତକାଲି ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ କରାଯାଇଥିଲା। ଏହି ସମୟରେ ଯବାନମାନେ ସ୍ପାଇକ ହୋଲ୍‌ ଠାବ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ରହିଥିବା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କରିଛନ୍ତି ସୁରକ୍ଷା କର୍ମୀ। ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା ରହିଛି। ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଙ୍ଗଲରେ ନକ୍ସଲ ବୋମା ଖଞ୍ଜିବା ସହ ସ୍ପାଇକ ହୋଲ୍‌ କରି ଆଦିବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ସୀମାନ୍ତବ଼ର୍ତ୍ତୀ ଗ୍ରାମର ଲୋକେ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରୁଛନ୍ତି। ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ ହେବା ପରେ ସର୍ଚ୍ଚ ଅପେରେସନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking