18.1 C
Bhubaneswar
Saturday, November 23, 2024
Homeଓଡିଶାବାପାଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ପୁଅର ଜୀବନ

ବାପାଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ପୁଅର ଜୀବନ

ବଲାଙ୍ଗୀର : ବାପାଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ପୁଅର ଜୀବନ । ସ୍ତବ୍ଧ ହୋଇଗଲା ପୂରା ପରିବାର । ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ହେଲେ ମୃତ୍ୟୁ ଏମିତି ବି ଆସେ । ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବାପାର ମୃତ୍ୟୁ ହେଲା । ହେଲେ ବାପାଙ୍କର ମୃତ୍ୟୁ ଖବର ଶୁଣି ବଡ଼ ପୁଅ ମଧ୍ୟ ଆର ପାରିକୁ ଚାଲିଗଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଆଶ୍ରମପଡାରେ । ବଲାଙ୍ଗୀରର ଗନ୍ଧର୍ବ ଥପା ଜଣେ ରେଲୱେ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ । ତାଙ୍କ ଅବସର ପରେ ତାଙ୍କ ବଡ଼ ପୁଅ ଧନେଶ୍ୱର ଥପା ବାପାଙ୍କ ଚାକିରୀ କରୁଥିଲେ ।

ଗତ ଦୁଇ ବର୍ଷ ଆଗରୁ ଧନେଶ୍ୱରଙ୍କ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇ ଜଣ ଝିଅ ଅଛନ୍ତି । ହେଲେ ବିଳମ୍ବିତ ରାତିରେ ବାପା ଗନ୍ଧର୍ବ ଥପାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣି ବଡ଼ ପୁଅ ଧନେଶ୍ୱର ଥପାଙ୍କର ବି ମୃତ୍ୟୁ ହୋଇଛି । ଗୋଟିଏ ମଶାଣିରେ ଏକା ସାଙ୍ଗରେ ଏଇ ଜୁଇରେ ଜଳୁଛି ବାପା ଓ ପୁଅଙ୍କ ଶବ । ଏମିତି ଦୁଃଖଦ ଘଟଣା ଘଟିବ ବୋଲି କେହି ବିଶ୍ୱାସ ବି କରିପାରିନଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ବାପ ପୁଅ ମଦ ଛାଡ଼ିବା ପାଇଁ ମେଡ଼ିସିନ ଖାଉଥିଲେ । ହେଲେ ରାତି ଅଧରେ ବାପାଙ୍କ ଦେହ ଅସୁସ୍ଥ ହେବାରୁ ସାନ ପୁଅ ବାପାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ରାତିରେ ମୃତ ଘୋଷଣା କରିଥିଲେ । ପରେ ପରେ ସକାଳୁ ସକାଳୁ ବଡ଼ ପୁଅ ଧନେଶ୍ୱରଙ୍କ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲକୁ ନେଇଥିଲେ । ତା’ ପରେ ଧନେଶ୍ୱର ଥପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ମଦ ପାଇଁ ଦୁହିଁଙ୍କ ଜୀବନ ଗଲା କି ଅନ୍ୟ କାରଣ ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking