32.1 C
Bhubaneswar
Saturday, September 28, 2024
Homeଅପରାଧବାପା, ମା’ଙ୍କୁ ମାରି ପୋତିଲା ପୁଅ

ବାପା, ମା’ଙ୍କୁ ମାରି ପୋତିଲା ପୁଅ

ସୋର : ସିମୁଳିଆ ଥାନା ଗରସଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପା, ମା’ଙ୍କୁ ମାରି ପୁଅ ପୋତିଦେଇଥିବା ଅଭିଯୋଗ ହୋଇଛି । ଘର ବାରି ପଛପଟୁ ଦୁର୍ଗନ୍ଧ ହେବାରୁ ସନ୍ଦେହ ବଢ଼ିଥିଲା । ଦୁଇ ଭଉଣୀ ଭାଇକୁ ସନ୍ଦେହ କରିବାରୁ ମାଟି ଖୋଳା ଆରମ୍ଭ ହୋଇଛି । ତେବେ ଶେଷ ଖବର ସୁଦ୍ଧା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଶବ ବାହାର କରୁଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ବାହାରିଥିବା ଜଣାଯାଇଛି । ଆଉ ଗୋଟିଏ ମୃତଦେହ ପାଇବା ପାଇଁ ମାଟି ଖୋଳା ଜାରି ରହିଛି । ତେବେ ଅଭିଯୁକ୍ତ ପୁଅ ଫେରାର ଥିବାବେଳେ ପୁଲିସ ତାଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking