ପାଟଣାଗଡ଼: ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାରସୁନ୍ଦର ହିଆଲ ର ସାନ ପୁଅ ଜିତେନ୍ଦ୍ର ହିଆଳ ବିଗତ ୨୦୧୪ ମସିହାରୁ କୁଆଡେ ନିଖୋଜ ହୋଇ ଯାଇଥିଲା। ଦୀର୍ଘ ଆଠ ବର୍ଷ ପରେ ନିଖୋଜ ହୋଇଥିବା ପୁଅକୁ ପାଇଥିବା ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ହଜିଲା ପୁଅକୁ ଫେରି ପାଇଁ ବାପାମାଆ ଆଜି ଗାଁରେ ଖୁସିରେ ଆନନ୍ଦର ଲହରୀ ଖେଳିଯାଇଥିବା ଜଣାପଡିଛି। ଗାର ଜଣେ ସମାଜସେବୀ ହଜିଲା ପୁଅକୁ ଧରି ଗାଁରେ ପହଁଚିଲା ପରେ ସେହି ଦୁଇଜଣଙ୍କୁ ଫୁଲମାଳ ପିନ୍ଧାଇ ଗାଁ ଦାଣ୍ଡରେ ସ୍ୱାଗତ କରିଥିଲେ। ହଜିଲା ପୁଅର ବାପା କହିବାନୁଯାୟୀ ୨୦୧୪ ମସିହାରେ ଜିତେନ୍ଦ୍ର ନିଜ ଗାଁ ଟଙ୍କପାଣିରୁ ଲାଠୋର ବଜାରକୁ ଯାଇ ଆଉ ଫେରି ନ ଥିଲେ।
ପରିବାରର ଲୋକେ ବହୁ ଖୋଜାଖୋଜି କରିଥିଲେ ହେ ପୁଅକୁ ପାଇଁ ନ ଥିଲେ। ପୁଅ କେମିତି ଅଛି କଣ କରୁଛି କେଉଁଠି ଅଛି ସବୁବେଳେ ଚିନ୍ତାରେ ମୁକୁଳି ପାରୁନ ଥିଲେ ପରିବାର ଲୋକେ। ହେଲେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଭୁବନେଶ୍ୱର ର ସମାଜସେବୀ ସୁନୀଲ ଦାସ ପୁନେ ସହରରେ ଏକ ବସ ଷ୍ଟାଣ୍ଡରେ ବୁଲୁଥିଲା ବେଳେ ସେହି ଯୁବକ ଓଡ଼ିଶାର ବୋଲି ଜାଣିପାରି ସେଠାରୁ ଯୁବକଙ୍କୁ ଆଣି ଭୁବନେଶ୍ୱରରେ ଥିବା ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଚିକିତ୍ସା କରି ଶେଷରେହଜି ଯାଇଥିବା ଜିତେନ୍ଦ୍ରଙ୍କୁ ଗାଡ଼ିରେ ନେଇ ସିଧା ଘରେ ପହଞ୍ଚାଇଥିଲେ। ପୁଅ ଫେରି ପାଇବାରୁ ଏବେ ଟଙ୍କପାଣି ଗାଁରେ ଖୁସିର ମହଲ ଦେଖାଦେଇଛି।