29.1 C
Bhubaneswar
Wednesday, June 26, 2024
Homeଅପରାଧବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ସୁନ୍ଦରଗଡ଼ : ରାଗ ଚିହ୍ନିଲା ନାହିଁ ରକ୍ତ ସମ୍ପର୍କ । ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ । ବେକକୁ ଚୋଟ ମାରି ବିଭତ୍ସ ହତ୍ୟା କଲା ନିଜ ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ନିଜ ରକ୍ତ ସାଜିଲା ନିଜ ରକ୍ତର ହତ୍ୟାକାରୀ । ରାଗରେ ଉତ୍ୟକ୍ତ ହୋଇ ନିଜ ଜନ୍ମ କଲା ପୁଅକୁ ହାଣିଲା ବାପା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ବୁଢାଭୂଇଁ ଗାଁରେ ।

ମୃତକ ଜଣକ ହେଲେ ପାତରସ ଓରାମ । ପୁତ୍ର ହତ୍ୟାକାରୀ ପିତାକୁ ବର୍ତ୍ତମାନ ପୋଲିସ ଗିରଫ କରିଛି । ବହୁ ଦିନ ହେବ ପୁଅ ପାତରସ ଓରାମ ଓ ବାପା ଫ୍ରାନସିସ ଓରାମଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା । ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଝଗଡା ଏଭଳି ହୋଇଥିଲା ଯେ ଦୁହେଁ ଉତ୍ୟକ୍ତ ହୋଇ ଉଠିଥିଲେ । ବାପ-ପୁଅଙ୍କ ଭିତରେ କଥା କଟାକଟି ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking