ଭୁବନେଶ୍ୱର: ମାଟି ତଳୁ କଢାଯାଇଛି ରାମୁ ହାତୀର କଙ୍କାଳ । ଭରତପୁର ଜଙ୍ଗଲରେ ରାମୁ ହାତୀକୁ ପୋତା ଯାଇଥିଲା । କଙ୍କାଳ ଉଦ୍ଧାର ପାଇଁ ଜେସିବି ସାହାଯ୍ୟରେ ଖୋଳାଯାଇଛି ମାଟି । କଙ୍କାଳ ଉଦ୍ଧାର ପାଇଁ ୨୫ ଜଣିଆ ବିଶେଷଜ୍ଞ ଟିମ୍ ନିୟୋଜିତ ହୋଇଥିଲେ । ପ୍ରାଣୀ ବିଜ୍ଞାନ ଡ. ଶିବ ପ୍ରଶାଦ ପରିଡାଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍ । ଗୋଡିବାରି ପ୍ରକୃତିନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ । ରାମୁ ଥିଲା ଚନ୍ଦକା -ଡମପଡା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ ହାତୀ । ୨୦୨୪ ଅଗଷ୍ଟ ୧୯ ତାରିଖରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା । ବନ ଅଧିକାରୀମାନେ କହିଛନ୍ତି ଯେ ଅଭୟାରଣ୍ୟର ସବୁଠାରୁ ଚିହ୍ନିତ ଏବଂ ପୁରୁଣା ପୁରୁଷ ହାତୀମାନଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ରାମୁଙ୍କ ସ୍ମୃତିରେ ଏହି ପଦକ୍ଷେପ ନିଆଯାଇଛି ଏବଂ ଶିକ୍ଷା, ସଚେତନତା ଏବଂ ସଂରକ୍ଷଣ ସମ୍ବନ୍ଧୀୟ ଉଦ୍ଦେଶ୍ୟରେ ସଂରକ୍ଷିତ କଙ୍କାଳ ବ୍ୟବହାର କରାଯିବ ।










