32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜୋତା କମ୍ପାନୀର ସେୟାର ମୂଲ୍ୟ ବଢ଼ିଛି

ଜୋତା କମ୍ପାନୀର ସେୟାର ମୂଲ୍ୟ ବଢ଼ିଛି

ମୁମ୍ବାଇ: ଦେଶରେ ଜୋତା ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଜୋତା ନିର୍ମାଣକାରୀ କମ୍ପାନୀ ଯଥା ଖାଦିମ୍ ଇଣ୍ଡିଆ, ଲିବର୍ଟି ସୁଜ୍‌, ସୁପରହାଉସ୍‌ର ସେୟାର ମୂଲ୍ୟ ବୃଦ୍ଧି ପାଇଥିବା ଜଣାପଡିଛି । ଗୁରୁବାର ଷ୍ଟକ୍ ଏକ୍ସଚେଞ୍ଜ କାରବାର ଶେଷ ସୁଦ୍ଧା ଖାଦିମ ଓ ଲିବର୍ଟି କମ୍ପାନୀର ସେୟାର ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇ ଯଥାକ୍ରମେ ୨୨୯.୮୫ ଓ ୨୬୭ ଟଙ୍କାରେ ପହଞ୍ଚିଥିବାବେଳେ ସୁପରହାଉସ୍ ସେୟାରମୂଲ୍ୟ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭୭.୩୦ ଟଙ୍କା ଛୁଇଁଛି ।

ଅପରପକ୍ଷରେ ବାଟା ଇଣ୍ଡିଆ, ମେଟ୍ରୋ, ଶ୍ରୀଲେଦର୍ସ, ରିଲାକ୍ସୋ ଓ କ୍ୟାମ୍ପସ୍ ଭଳି ଜୋତା ନିର୍ମାଣକାରୀ କମ୍ପାନୀର ସେୟାର ମୂଲ୍ୟ ୨ରୁ ୭ ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇଥିବା କୁହାଯାଇଛି । ବର୍ତ୍ତମାନ ଆଡିଡାସ୍‌, ନାଇକି, ପ୍ୟୁମା ଓ ରିବକ୍ ଭଳି ବିଦେଶୀ ଜୋତା କମ୍ପାନୀ ଭାରତରେ ବ୍ୟବସାୟିକ କାରବାର ବୃଦ୍ଧି କରିଥିବାରୁ ଭାରତୀୟ କମ୍ପାନୀ ସହ ସେମାନଙ୍କର କଡା ମୁକାବିଲା ଦେଖିବାକୁ ମିଳୁଛି । ଜୋତା ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାର ପିଏଲଆଇ (ପ୍ରଡକ୍ଟିଭ୍ ଲିଙ୍କଡ୍ ଇନ୍‌ସେଣ୍ଟିଭ୍‌) ଯୋଜନା ପ୍ରଣୟନ କରିସାରିଛନ୍ତି ।

ଚୀନ୍‌ର ଜୋତା ମାର୍କେଟ ସହ ଟକ୍କର ଦେବାକୁ ଏଭଳି ସୁବିଧା ପ୍ରଦାନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ନିକଟରେ ତାଇୱାନ୍‌ର ପୌଚେନ୍ କମ୍ପାନୀ ୨୩୦୦ କୋଟି ଟଙ୍କାରେ ତାମିଲନାଡୁରେ ଏକ ଜୋତା କାରଖାନା ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛି । ପୌଚେନ୍ ବ୍ୟତୀତ ଫେଙ୍ଗ୍ ତାଏ, ହୋଙ୍ଗ୍ ଫୁ, ଡିନ୍ ସୁଜ୍‌, ଓଏସିସ୍ ଫୁଟ୍‌ୱେୟାର, ସ୍ପୋର୍ଟସ ଗିୟର ଏବଂ ଜୁକ୍କା ଭଳି ଅନ୍ୟ ୬ଟି ଆନ୍ତର୍ଜାତିକ କମ୍ପାନୀ ମଧ୍ୟ ତାମିଲନାଡୁରେ ଜୋତା କାରଖାନା ସ୍ଥାପନ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ବିଶ୍ୱରେ ବିକ୍ରି ହୋଉଥିବା ୮୫ ପ୍ରତିଶତ ଜୋତା ହେଉଛି ଚମଡା ବିହୀନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking