27.1 C
Bhubaneswar
Sunday, July 7, 2024
Homeଅପରାଧକରୁଥିଲେ ଦ୍ୱିତୀୟ ବିବାହ: ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

କରୁଥିଲେ ଦ୍ୱିତୀୟ ବିବାହ: ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

ଭଞ୍ଜନଗର: ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ । ପତ୍ନୀଙ୍କ ଅଭିଯୋଗ ପରେ ବିବାହ ଚାଲିଥିବା ସମୟରେ ବରବେଶ ଯୁବକକୁ ବେଦୀରୁ ଉଠାଇ ଆଣିଛି ପୁଲିସ । ଏଭଳି ଘଟଣା ଘଟିଛି ଭଞ୍ଜନଗର ଥାନା ଅଞ୍ଚଳରେ । ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ଗ୍ରାମର ଜଣେ ଯୁବକ ଗତ ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସର୍ମ୍ପକ ରଖିବା ସହ ତାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ତାଙ୍କୁ ଯୌତୁକ ପାଇଁ ସ୍ୱାମୀ ନିର୍ଯାତନା ଦେଉଥିବା ନେଇ ମହିିଳା ଜଣକ କିଛି ମାସ ତଳେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ । ଏ ସର୍ମ୍ପକରେ ପୁଲିସ୍ ଏକ ଯୌତୁକ ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲା ଚାଲିଥିବା ବେଳେ ଉକ୍ତ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ଲୁଚି ଛପି ବିବାହ କରୁଥିବା ଜାଣିପାରି ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ସହର ଉପକଣ୍ଠ ସୋରାଦେବୀ ମନ୍ଦିରଠାରେ ପହଞ୍ôଚ ବିବାହ ବନ୍ଦ କରିବା ସହ ବିବାହ ବେଦୀରୁ ସେହି ଯୁବକକୁ ଉଠାଇ ଥାନାକୁ ଆଣିଛି । ବର ବେଶରେ ଥାନାକୁ ଅଣାଯାଇଥିବା ବେଳେ ବିବାହ ଅଧାରେ ଅଟକି ଯାଇଥିବା ଜଣାପଡିଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଧୀରେଶ ଦାଶ କହିଛନ୍ତି ଯେ ତାଙ୍କର ପ୍ରଥମ ପତ୍ନୀଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ଥାନାକୁ ଅଣାଯାଇଛି । ପଚରା ଉଚୁରା ଚାଲିଛି । ତଦନ୍ତ ପରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking