ଭୁବନେଶ୍ବର: ବିନା ଅନୁମତିରେ ସ୍କୁଲ୍ କ୍ୟାମ୍ପସ ଭିତରେ ପଶି ପାରିବେନାହିଁ ଗଣମାଧ୍ୟମର ପ୍ରତିନିଧି । ସ୍କୁଲ ହତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ କହିବା ଅନୁଯାୟୀ,” ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁକୁ ପ୍ରବେଶ କରୁଛନ୍ତି । ମୁଁ ମଧ୍ୟ ଦେଖିଛି କିଛି ସ୍ଥାନରେ ସେପରି ଘଟଣା ଘଟିବା ପରେ ବିଇଓ ମାନେ ଚିଠି ଜାରି କରିଛନ୍ତି । ମୁଁ ଆଶା କରିବି ଏବଂ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ । ଯାହା ଆବଶ୍ୟକତା ରହିଛି ଯାହା ସମସ୍ୟା ରହିଛି ତାକୁ ନଜରକୁ ଆଣିବା ପାଇଁ ଗଣମାଧ୍ୟମ ଅଧିକାର ରହିଛି । କିନ୍ତୁ କେତେ ଗୁଡିଏ ସ୍ଥାନରେ ଗଣମାଧ୍ୟମର ଭୂମିକା ମଧ୍ୟ ଅନାବଶ୍ୟକଠୁ ଅଧିକ ହେଉଛି ।
ତେଣୁ ସେହି କଥାକୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓ ମାନେ କରିଥିବା ମୋ ନଜରକୁ ଆସିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ”। ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ଅଙ୍କୁଶ କି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର କଥା କହିବାକୁ କାହାକୁ ପଇସା ପଡେନି । ଯାହା ଆମର ଦୋଷ ଦୁର୍ବଳତା ଆମେ ଆମର ଜାଣିଛୁ । କେବଳ ଗଣମାଧ୍ୟମ କହିଲେ ଯେ ଆମେ ଜାଣୁଛୁ ସେ କଥା ନୁହେଁ । ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ । ଯାହା ସମ୍ଭବ ଆମେ କରୁଛୁ । ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ବାଦ ମଧ୍ୟ ଅନେକ ୱେବ ଚ୍ୟାନେଲ ହୋଇଗଲେଣି। ସେମାନେ ମଧ୍ୟ ପ୍ରେସ ମାରିକି ବୁଲୁଛନ୍ତି । ଅନାବଶ୍ୟକ ଭାବେ ସ୍କୁଲରେ ପଶିକି ପାଠ ପଢ଼ାରେ ଇଣ୍ଟରଭ୍ୟୁ କରୁଛନ୍ତି । ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକ ମାନଙ୍କୁ ଏପରି ହଇରାଣ କରିବା ଅନୁଚିତ । ତେଣୁ ଅନୁମତି ନେଇ କି ସ୍କୁଲରେ ପଶିବାକୁ ଚିଠି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।