33.1 C
Bhubaneswar
Thursday, October 17, 2024
Homeଓଡିଶାବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ

ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡିଶା ଗସ୍ତ ଓ କାର୍ୟ୍ୟକ୍ରମ ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ୨୩ ତାରିଖ ପରିବର୍ତ୍ତେ ୨୪ ତାରିଖରେ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବ ସୂଚୀରେ ଏଥିପାଇଁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ରେଳବାଇ, ଜିଲ୍ଲା ଓ ପୋଲିସ ପ୍ରଶାସନ ମିଳିତ ଭାବେ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମର ବ୍ୟବସ୍ଥା କରୁଛନ୍ତି ।
ବାଙ୍ଗିରିପୋଷିରେ ତିନୋଟି ନୂତନ ରେଳପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ସେଗୁଡ଼ିକ ହେଲା ବାଦାମପାହାଡ଼-କେନ୍ଦୁଝର ରେଳ‌ ସଂଯୋଗୀକରଣ, ଗୋରୁମହିଷାଣୀ- ବାଙ୍ଗିରିପୋଷି ରେଳ ସଂଯୋଗୀକରଣ ଏବଂ ବୁଡାମୋରା-ଝାଡ଼ଖଣ୍ଡ ଚାକୁଳିଆ ରେଳ ସଂଯୋଗୀକରଣ । ତେବେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଘୋଷଣା ସରିଥିବା ବେଳେ, ବୁଡାମୋରା-ଝାଡ଼ଖଣ୍ଡ ଚାକୁଳିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମକୁ ବାତିଲ କରାଯାଇପାରେ । ସେପଟେ ରେଳ ବିଭାଗ ସହ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଗତ କିଛିଦିନ ପୂର୍ବରୁ ଦକ୍ଷିଣ-ପୂର୍ବ ରେଳବାଇ ଜିଏମ ଅନିଲ କୁମାର ମିଶ୍ର ବାଙ୍ଗିରିପୋଷି ଗସ୍ତ କରିଥିଲା ବେଳେ ପୁଣି ଗତକାଲି (ବୁଧବାର) ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ବାଙ୍ଗିରିପୋଷି ଗସ୍ତରେ ଆସି ବ୍ୟବସ୍ଥାର ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking