34.1 C
Bhubaneswar
Friday, September 20, 2024
Homeଅପରାଧବିଚ୍ ରାସ୍ତାରେ ସ୍ୱାମୀ-ସ୍ତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ

ବିଚ୍ ରାସ୍ତାରେ ସ୍ୱାମୀ-ସ୍ତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ

ମୟୁରଭଞ୍ଜ: ଲୁଟ କରିବା ଉଦ୍ଦେଶ୍ୟ ନେଇ ଆସିଥିଲେ ତିନି ଜଣ ଦୁର୍ବୃତ୍ତ । ସ୍ୱାମୀ ଏବଂ ସ୍ତ୍ରୀ ବାଇକରେ ଯାଉଥିବା ବେଳେ ୩ଜଣ ଦୁର୍ବୃତ୍ତ ଆସି ଲୁଟ କରିବା ପାଇଁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇନଥିଲେ । ହେଲେ ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲେ ଦୁର୍ବୃତ୍ତ । ଲୁଟ କରି ନ ପାରି ଶେଷରେ ବିଚ ରାସ୍ତାରେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରି ଚାଲି ଯାଇଥିଲେ । ତେବେ ଆକ୍ରମଣରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କଟରାଷୋଳ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉଭୟ ସ୍ୱାମୀ ଓ ସ୍ତ୍ରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅନ୍ତର୍ଗତ ଗଡ଼ିଗାଁ ଗ୍ରାମର ଦୁଲାରାମ ହାଁସଦା ଏକ ବାଇକ ଯୋଗେ ତାଙ୍କ ସ୍ତ୍ରୀ ମାଣିକେଶ୍ୱରୀ ମାରାଣ୍ଡିଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଯାଉଥିଲେ । ତେବେ ଖୁଣ୍ଟା ଥାନା ଅନ୍ତର୍ଗତ କଟରାଷୋଳ ଛକ ନିକଟରେ ଏକ ପଲସର ବାଇକରେ ତିନି ଜଣ ଦୁର୍ବୃତ୍ତ ପିଛା କରି ମାଣିକେଶ୍ୱରୀଙ୍କ ବ୍ୟାଗ ଲୁଟ କରି ନେବାକୁ ଚେଷ୍ଟା କରିଥିଲେ । ହେଲେ ମାଣିକେଶ୍ୱରୀ ବେଗ ନ ଛାଡ଼ିବାରୁ ତିନି ଜଣ ଦୁର୍ବୃତ୍ତ ଲୁଟ କରି ନ ପାରି ଶେଷରେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ମାଣିକେଶ୍ୱରୀଙ୍କ ସ୍ୱାମୀ ଦୁଲାରାମଙ୍କୁ ହାଣି ପକାଇ ଥିଲେ ।

ଏହା ଦେଖି ସ୍ତ୍ରୀ ମାଣିକେଶ୍ୱରୀ ମଧ୍ୟ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ପରେ ସେଠାରୁ ପଲସର ବାଇକ ଯୋଗେ ତିନି ଜଣ ଦୁର୍ବୃତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ । ଆକ୍ରମଣ ଫଳରେ ଉଭୟେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିବାର ସୂଚନା ରହିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ତେବେ ଲୁଟ ଉଦ୍ଦେଶ୍ୟରେ ନା ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡିବା ନେଇ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ଖୁଣ୍ଟା ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking