21.1 C
Bhubaneswar
Monday, November 18, 2024
Homeଓଡିଶାରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ଭୁବନେଶ୍ବର: ଗତକାଲି ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ଗାଁରେ ଥିବା ବିଜେଡି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛି ବିଜେପି । ଯାହାର ଅଭିଯୋଗରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ସହିତ ଅଭିଯୋଗ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ମହିକ୍ଷିତା ମିଶ୍ର କହିଛନ୍ତି ଯେ, 2024 ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବାକୁ ଯାଉଛନ୍ତି ବୋଲି ବିଜେପି ଜାଣିସାରିଛି ଏବଂ ନିର୍ବାଚନ ହାରିବା ଜାଣିବା ପରେ ବିଜେପି ହିଂସାର ବାଟ ଆପଣାଇଛି । ଗତକାଲି ରାତିରେ ଚାନ୍ଦିମାଳ ଗାଁରେ ଥିବା ବିଜେଡି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତିଙ୍କର ଜଣେ ସମର୍ଥକ ଦିନେଶ ନାୟକ ଓ ତାଙ୍କର ସାଥୀ ଏହି କାର୍ଯ୍ୟ କରିଥିବା କହିଛି ବିଜେଡି । ଜବରଦସ୍ତ ବିଜେଡି କାର୍ଯ୍ୟାଳୟରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ବିଜେଡି କର୍ମୀଙ୍କୁ ମାଡ ମାରିବା ସହ ଧମକ ମଧ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାଣିଶୁଣି ପ୍ରାୟୋଜିତ ଭାବେ ଏହି ଆକ୍ରମଣ କରାଯାଇଛି । ସେମାନେ ବାସୁଦେବପୁର ବ୍ଲକରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯଦି ବିଜେପିକୁ ଭୋଟ ନଦିଆଯାଏ ତେବେ ଏମିତି ଆକ୍ରମଣ କରାଯିବ ବୋଲି ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି । ବିଜେପି ଆଗରୁ ଏମିତି ପ୍ରୟାସ କରିଛି । ଓଡ଼ିଶାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ନିର୍ବାଚନ ଆଚରଣ ଉଲ୍ଲଘଂନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦଳ ଦାବି କରିଛି । ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟର ନିର୍ବାଚନକୁ ଯାଉଥିବା ବେଳେ ଯଦି ଏମିତି କାର୍ଯ୍ୟକ୍ରମ ଜାରି ରୁହେ, ତେବେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ । ଏହି ପ୍ରତିନିଧି ଦଳରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ଲେନିନ ମହାନ୍ତି, ତୁମ୍ବାନାଥ ପଣ୍ଡା, ଓମ ପ୍ରକାଶ ସାହୁ, ମିହିର ରାୟ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking