18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶବାପାର ମୃତ୍ୟୁକୁ ଲୁଚାଇ ଝିଅର ବାହାଘର କରାଇଲେ ସମ୍ପର୍କୀୟ

ବାପାର ମୃତ୍ୟୁକୁ ଲୁଚାଇ ଝିଅର ବାହାଘର କରାଇଲେ ସମ୍ପର୍କୀୟ

ଉତ୍ତରାଖଣ୍ଡ: ଝିଅର ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଛି । ଆଉ ସଂଗୀତ ଉତ୍ସବରେ ଡ୍ୟାନ୍ସ କରିବା ପାଇଁ ଗୀତ ବି ରେଡି । ହେଲେ ଈଶ୍ୱରଙ୍କର ଅଜବ ଲୀଳା । ଝିଅର ସଂଗୀତ ଉତ୍ସବରେ ସମସ୍ତେ ଖୁସିରେ ନାଚୁଥିବା ବେଳେ ବାପାକୁ ଆସିଲା ହାର୍ଟ ଆଟାକ । ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା । ତୁରନ୍ତ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଝିଅର ବିବାହ ଚାଲିଥିବା ଯୋଗୁଁ ବାପାର ମୃତ୍ୟୁ ଖବରକୁ ଲୁଚାଇ ରଖିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ସଂପର୍କୀୟ । ଏମିତି ଏକ ଘଟଣା ଘଟିଛି ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରେ । ତେବେ ସଂପର୍କୀୟଙ୍କ ଅନୁରୋଧ କ୍ରମେ ମୃତକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ବିବାହରର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସବୁ କାମ ହୋଇଥିଲା । ଆଉ ବିବାହ ସରିବା ପରେ ଝିଅକୁ ବାପାର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ । ଅଲମୋରା ନଗର ନିବାସୀ ଜଣେ ଯୁବତୀଙ୍କ ବିହାଘର ପାଇଁ ସଂଗୀତ କାର୍ଯ୍ୟକ୍ରମ ଚାଲୁଥିଲା । ଆଉ ଝିଅର ବାହାଘର ବୋଲି ଖୁସିରେ ବାପା ନାଚୁଥିଲେ । ଏହି ସମୟରେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିବା ଯୋଗୁଁ ସେ ତଳେ ପଡିଯାଇଥିଲେ । ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଯାଥିଲା । ଏହା ପରେ ସଂପର୍କୀୟ ତାଙ୍କୁ ହସପିଟାଲକୁ ନେଇଯାଇଥିଲେ । ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ସଂପର୍କୀୟମାନେ ଝିଅର ବାହାଘର ଯୋଗୁଁ ଡାକ୍ତରଙ୍କୁ କିଛି ନ କହିବା ପାଇଁ ଅନୁରୋଧ କରିଥିଲେ । ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ । ବିବାହ ସରିବା ପରେ ଝିଅ ବିଦା ହେବା ପରେ ବାପାଙ୍କ ମୃତ୍ୟୁ ଖବର ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking