32.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଭକ୍ତଙ୍କୁ କ୍ଷୁଦ୍ର ଭିଡିଓ କରିବାକୁ ଅନୁରୋଧ କଲେ ରାମ ମନ୍ଦିର ଟ୍ରଷ୍ଟ

ଭକ୍ତଙ୍କୁ କ୍ଷୁଦ୍ର ଭିଡିଓ କରିବାକୁ ଅନୁରୋଧ କଲେ ରାମ ମନ୍ଦିର ଟ୍ରଷ୍ଟ

ଅଯୋଧ୍ୟା : ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମ ଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ। ପାଖେଇ ଆସିଲାଣି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୨ରେ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ଏହାର ୫ ଦିନ ପୂର୍ବରୁ ଅର୍ଥାତ ଆଜିଠୁ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି। ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ରାମ ଜନ୍ମଭୂମି ଟ୍ରଷ୍ଟ ସମସ୍ତ ଭକ୍ତଙ୍କୁ ଅନୁରୋଧ କରି କହିଛନ୍ତି ଯେ “ପାଞ୍ଚ ଶତାବ୍ଦୀ ପରେ ପ୍ରଭୁ ରାମ ଚନ୍ଦ୍ର ତାଙ୍କ ନିଜ ଜନ୍ମଭୂମିକୁ ଫେରୁଛନ୍ତି” ଯାହାକୁ ନେଇ ଭକ୍ତମାନେ ନିଜର ଭାବନାକୁ ବାଣ୍ଟିବାକୁ କହିଛନ୍ତି। ତେବେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ,ଅଯୋଧ୍ୟାରେ ରାମଲାଲଙ୍କର ପ୍ରାଣ ପ୍ରତିଷ୍ଠା ହେବ ଏକ ଐତିହାସିକ।

ସେଥିପାଇଁ ଆମେ ସମସ୍ତଙ୍କୁ ଏ ସମ୍ପର୍କରେ ନିଜର ଭାବନାକୁ ଏକ କ୍ଷୁଦ୍ର ଭିଡିଓ ମାଧ୍ୟମରେ ଆପଣଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ସମ୍ପୂର୍ଣ୍ଣ ନାମ ଓ ସ୍ଥାନ ଲେଖିବା ସହିତ ଭିଡିଓ ରେ # ଶ୍ରୀରାମହୋମକମିଂ ଲେଖି ପୋଷ୍ଟ କରିବାକୁ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି ।ତେବେ ଜାନୁୟାରୀ ୨୨ ରେ ହେବେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସଵ , ସେଥିପାଇଁ ରାମ ମନ୍ଦିରର ଆନୁଷ୍ଠାନିକ କାର୍ଯ୍ୟକଳାପ ଆଜି ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିଲା। ଏହି ରୀତିନୀତି ଜାନୁୟାରୀ ୨୧ ପର୍ଯ୍ୟନ୍ତ ଜାରି ରହିବ। ଜାନୁୟାରୀ ୨୨ ରେ, “ପ୍ରାଣପ୍ରତିଷ୍ଠା” ପାଇଁ ଆବଶ୍ୟକ ସମାରୋହ ଅନୁଷ୍ଠିତ ହେବ, ଯାହାକୁ ନେଇ ସୋମବାର ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ଏକାଦଶ ପୁରୋହିତଙ୍କୁ ବିଭିନ୍ନ “ଦେବୀ ଏବଂ ଦେବତା”ଙ୍କୁ ଡାକିବା ପାଇଁ ‘ଅନୁଷ୍ଠାନ’ କରୁଥିବା ରୀତିନୀତି ଜାନୁୟାରୀ ୨୨ରେ ପର୍ଯ୍ୟନ୍ତ ଜାରି ରହିବ।ଟ୍ରଷ୍ଟ କରିଛି ଯେ “ପ୍ରାଣପ୍ରତିଷ୍ଠା” ସାତୋଟି ଅଧିବାସ ସହିତ ଜଡିତ ଅଛି, ସର୍ବନିମ୍ନ ତିନୋଟି ବର୍ତ୍ତମାନ ଜାରି ରହିଛି।ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡଙ୍କ ତତ୍ଵାବଧାନ, ସମନ୍ୱୟ ଏବଂ ନିର୍ଦ୍ଦେଶନାରେ ୧୨୧ ଆଚାର୍ଯ୍ୟ ଏହି ରୀତିନୀତି ଆଧାରରେ ଚାଲିଛନ୍ତି । କାର୍ଯ୍ୟର ତଦାରଖ କରୁଥିବା ପ୍ରାଥମିକ “ଆଚାର୍ଯ୍ୟ” ହେଉଛନ୍ତି କାଶୀର ଲକ୍ଷ୍ମୀକାନ୍ତ ଦୀକ୍ଷିତ । ପୂର୍ବରୁ ରାୟଙ୍କ ଦ୍ୱାରା ସୂଚନା ଦିଆଯାଇଛି ଯେ, ରାମ ମନ୍ଦିର “ପ୍ରାଣପ୍ରତିଷ୍ଠା” ଜାନୁୟାରୀ ୨୨ ତାରିଖ ଦିନ ୧୨:୨୦ ରେ ଆରମ୍ଭ ହେବ।ତେବେ ପୂର୍ବ-ରୀତିନୀତିରେ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ “ପ୍ରାୟଶ୍ଚିତ” ଏବଂ “କର୍ମକୃତି ପୂଜନ” କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking