28.1 C
Bhubaneswar
Sunday, September 29, 2024
Homeଓଡିଶାରାଜ୍ୟରେ କମୁଛି ବର୍ଷା !

ରାଜ୍ୟରେ କମୁଛି ବର୍ଷା !

ଭୁବନେଶ୍ୱର : ରାଜ୍ୟରେ ବର୍ଷାର ପରିମାଣ କମିଛି । ଆଜି ଅଭ୍ୟନ୍ତରିଣ ଓଡ଼ିଶାର କେତେକ ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜିଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିଛି । ତେବେ ଗତ ୨୪ ଘଂଟାରେ ରାଜ୍ୟର ୧୫ ସହରରେ ପ୍ରବଳ ବର୍ଷା ହୋଇଛି । ମହାନଦୀ ଉପର ମୁଣ୍ଡରେ ୨୬ରୁ ୩୭ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଛତିଶଗଡ଼ ନିକଟରେ ଅବପାତ ରହିଥିବାରୁ ସେଠାରେ ପ୍ରବଳ ବର୍ଷା ହେବ । ତେଣୁ ମହାନଦୀର ଜଳସ୍ତର ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି । ମୌସୁମୀ ସକ୍ରିୟ ଥିବାରୁ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ଆସନ୍ତା ୧୨ ଘଂଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଆସନ୍ତା ପାଂଚ ଦିନ ବର୍ଷା ନଥିବାରୁ ବନ୍ୟାପ୍ରବଣ ଅଂଚଳ ନଦୀରେ ଜଳସ୍ତର ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking