ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ନବୀନ ନିବାସରୁ ବାହାରି ବଡ ସୂଚନା ଦେଲେ ବିଜେଡି ବିଧାୟକ କଳିକେଶ ସିଂହଦେଓ। ସେ କହିଛନ୍ତି ଯେ ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି । ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁନାହିଁ । ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି । ନବୀନଙ୍କ ସହ ଥିଲୁ, ନବୀନଙ୍କ ସହ କାମ କରିବୁ । ଯାହା ଦଳ ତରଫରୁ ନିର୍ଦ୍ଦେଶ ହେବ ତାହା କରିବି । ସାଧାରଣ କର୍ମୀ ଭାବେ ଯାହା ଦାୟୀତ୍ୱ ଦେଲେ କରିବି । ବହୁ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲ, ଆଜି ଭେଟିଲି । ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କଲୁ । କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି । ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ । ୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ ପିରିୟଡ୍ ଦେଇଛନ୍ତି ନବୀନ । ସାଧାରଣ କର୍ମୀ ଭାବେ ଯାହା ଦାୟୀତ୍ୱ ଦେଲେ କରିବି ।










