23.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଝଗଡ଼ା ନେଲା ଭୟଙ୍କର ରୂପ ; ରାଗରେ ସ୍ୱାମୀ ନଦୀକୁ ଡେଇଁ କଲେ ଆତ୍ମହତ୍ୟା

ଝଗଡ଼ା ନେଲା ଭୟଙ୍କର ରୂପ ; ରାଗରେ ସ୍ୱାମୀ ନଦୀକୁ ଡେଇଁ କଲେ ଆତ୍ମହତ୍ୟା

ପୁଣେ : ପୁଣେରେ ଘଟିଛି ଅଭାବନୀୟ ଘଟଣା । ଝଗଡ଼ା ନେଲା ଭୟଙ୍କର ରୂପ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ପରେ ରାଗରେ ଗାଡ଼ି ଧରି ସ୍ୱାମୀ ଘରୁ ବାହାରି ଯାଇଥିଲେ। ଶେଷରେ ସ୍ୱାମୀ ଜଣଙ୍କ ନଦୀକୁ ଡେଇଁ ଆତ୍ମ ହତ୍ୟା କରିଛନ୍ତି । ରବିବାର ସକାଳେ ଏଭଳି ଘଟଣା ଘଟିଥିଲା। ଡ୍ରାଏ ସ୍ନାକ୍ସ ବ୍ୟବସାୟୀ କରୁଥିବା ଶ୍ରୀକାନ୍ତ ଭି ଦେଶମୁଖ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଧାନକାୱାଡି ଘରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ରାଗରେ ଦେଶମୁଖ ନିଜ କାର ଚାବି ଧରି ଘରୁ ତରବରିଆ ଭାବେ ବାହାରି ଯାଇଥିଲେ। ସେ ସିଧା ଗାଡ଼ି ଧରି ଘର ଠାରୁ ପ୍ରାୟ ୭୫ କିମି ଦୂର ରାଇଗଡ଼ ଜିଲ୍ଲାର ବର୍ନଧା ଘାଟରେ ପହଞ୍ଚିଥିଲେ। ସେଠାରେ ପ୍ରବଳ ବର୍ଷା ହେଉଥିବାରୁ ନଦୀ ପୂରା ଫୁଲି ରହିଥିଲା। ଘାଟ ପାଖରେ ଛିଡ଼ା ହୋଇ ସେ ନିଜ ପତ୍ନୀଙ୍କୁ ମୋବାଇଲରେ ଲୋକେସନ ପଠାଇଥିଲେ। ଏଥିସହ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ମେସେଜ କରିଥିଲେ । ମେସେଜ ପଠାଇ ସେ ନଦୀକୁ ଡେଇଁ ପଡ଼ିଥିଲେ। ସେପଟେ ମେସେଜ ପାଇ ପୂରା ବଚଳିତ ହୋଇପଡ଼ିଥିବା ଦେଶମୁଖଙ୍କ ପତ୍ନୀ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ସ୍ଥାନୀୟ ପୁଲିସ୍‌ ତୁରନ୍ତ ଭୋର ପୁଲିସ୍‌ ଷ୍ଟେସନକୁ ଦେଶମୁଖକୁ ଲୋକେସନ ପଠାଇଥିଲା। ଉକ୍ତ ଲୋକେସନକୁ ପିଛା କରି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେଠାରେ ଦେଶମୁଖ କିମ୍ବା ତାଙ୍କ କାର ନଥିଲା। ସେଠାରରୁ ପ୍ରାୟ ୫ କିମି ବାଟ ଆଗକୁ ଯିବା ପରେ ପୁଲିସ୍‌ ଦେଶମୁଖଙ୍କ ପରିତ୍ୟକ୍ତ କାର ଠାବ କରିଥିଲା। ଏହାପରେ କାର ରହିଥିବା ବ୍ରିଜ ପାଖ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ବେଶ କିଛି ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନଦୀ ଭିତରୁ ଦେଶମୁଖଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking