19.1 C
Bhubaneswar
Monday, November 18, 2024
Homeଅପରାଧସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର କରୁଣ ପରିଣତି

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର କରୁଣ ପରିଣତି

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର କରୁଣ ପରିଣତିର ଅନେକ ଘଟଣା ସାମ୍ନାକୁ ଆସିଛି । କିଏ କେତେବେଳେ କାହାର ଜୀବନ ନେଇ ଯାଉଛି ତ ଆଉ କେତେବେଳେ ପ୍ରତିଶୋଧ ପରାୟଣ ହୋଇ ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାଉନାହାନ୍ତି । ହେଲେ ଉତ୍ତରପ୍ରଦେଶର କାନପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ମହିଳା ଜଣକ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ପୋଲିସରେ କେସ ଦେଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଏପରିକି କିଛି କରିଥିଲେ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସାଙ୍ଗମାନଙ୍କୁ ସ୍ତ୍ରୀର ଫୋନ ନମ୍ବର ବାଣ୍ଟି ତାଙ୍କୁ ଏଭଳି ଭାବେ ହଇରାଣ କରାଗଲା ଯେ ବାଧ୍ୟ ହୋଇ ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, କେସ୍ ଉଠାଇବା ପାଇଁ ସ୍ୱାମୀ ଚାପ ପକାଇବା ସହ ୩୦ ଜଣ ସାଙ୍ଗଙ୍କୁ ତାଙ୍କ ଫୋନ୍ ନମ୍ବର ବାଣ୍ଟିଥିଲେ ।

ଏହାପରେ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ୍‌, ଫଟୋ ଓ ଭିଡିଓ ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ ପୀଡ଼ିତା ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଚକେରି ଅଞ୍ଚଳରେ ଏହି ଘଟଣା ଘଟିଛି । ୨୦୧୯ ମସିହାରେ ଚକେରି ଅଞ୍ଚଳରେ ରହୁଥିବା ଆକାଶଙ୍କ ବିବାହ ଶ୍ୟାମ ନଗରର ଜଣେ ଯୁବତୀଙ୍କ ସହ ହୋଇଥିଲା । ପ୍ରଥମେ ପ୍ରଥମେ ସବୁକିଛି ଠିକ୍‌ଠାକ୍ ଚାଲିଥିଲା । ତେବେ ବିବାହର ୨ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଆକାଶଙ୍କ ପରିବାର ଲୋକ ମିଛ କହି ତାଙ୍କର ବିବାହ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି । ଆକାଶ କିଛି କାମ କରୁନଥିବାରୁ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ଲାଗି ରହୁଥିଲା । ବିବାହରେ ତାଙ୍କ ବାପାମା’ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ହେଲେ ୨୦୨୧ ମସିହାରେ ମାର୍‌ପିଟ୍ କରି ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା ବୋଲି ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି । ତେବେ ଆପୋଷ ବୁଝାମଣା ପାଇଁ ଅନେକ ଥର ପ୍ରୟାସ କରାଯାଇଥିଲେ ମଧ୍ୟ ସବୁକିଛି ଫେଲ୍ ମାରିଥିଲା । ଶେଷରେ ୨୦୨୨ରେ ମହିଳା ଜଣକ ସ୍ୱାମୀ ଆକାଶ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ । ଏହାପରେ ଆକାଶଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା । ସ୍ତ୍ରୀଙ୍କୁ ବଦ୍‌ନାମ କରିବା ପାଇଁ ସେ ପଛାଇଲେ ନାହିଁ । ୩୦ ଜଣ ସାଙ୍ଗକୁ ସେ ପତ୍ନୀଙ୍କ ଫୋନ୍ ନମ୍ବର ଦେଇଥିଲେ । ଏହାପରେ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ୍‌, ଫଟୋ ଓ ଭିଡିଓ ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ ଆକାଶଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହାକୁ ଗୁରୁତ୍ୱର ସହ ନନେବାରୁ ସେ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking