26.1 C
Bhubaneswar
Sunday, July 7, 2024
Homeଓଡିଶାଅର୍ଥତତ୍ତ୍ୱର ସମ୍ପତ୍ତି ବାଜ୍ୟାପ୍ତ ହେବ; ନିଲାମ ଅର୍ଥ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ

ଅର୍ଥତତ୍ତ୍ୱର ସମ୍ପତ୍ତି ବାଜ୍ୟାପ୍ତ ହେବ; ନିଲାମ ଅର୍ଥ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ

କଟକ: ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ୍ୱର ସମ୍ପତ୍ତି ବାଜ୍ୟାପ୍ତ ମାମଲାରେ ଆଜି କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ନିଲାମ ସମ୍ପତିରୁ ଲବ୍ଧ ଅର୍ଥ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି । ଅର୍ଥତତ୍ତ୍ୱ ନାମରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଓ ଅନୁଗୋଳରେ ଥିବା ୧୧୦ ଏକର ଜମିି, ବ୍ୟାଙ୍କରେ ଥିବା ୨ କୋଟି ୧୭ ଲକ୍ଷ ଟଙ୍କା ଓ ୧୧ଟି ମୂଲ୍ୟବାନ ଗାଡିକୁ ସର୍ବସାଧାରଣରେ ନିଲାମ କରିବାକୁ କୋର୍ଟ ଆଦେଶ ଦେଇଛନ୍ତିି । ଏହି ନିଲାମରୁ ଲବ୍ଧ ଅର୍ଥ ରାଶିକୁ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିି ଦେବାକୁ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତିି । ପୂର୍ବରୁ ଏହି ମାମଲାରେ କୋର୍ଟ ସଂସ୍ଥାର ସମ୍ପତ୍ତିି ବାଜ୍ୟାପ୍ତ କରିବାକୁ ଆଦେଶ ଦେଇଥିଲେ ।

ଅର୍ଥତତତ୍ୱ୍ୱକୁ ମିଶାଇ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଏଯାବତ ୨୭ଟି ମାମଲାରେ ଭିନ୍ନ ଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତିି ବାଜ୍ୟାପ୍ତ କରି ନିଲାମ କରିବାକୁ କୋର୍ଟ ଆଦେଶ ଦେଇ ସାରିଛନ୍ତି । ଚିଟ୍‌ଫଣ୍ଡ କୋର୍ଟରେ ୬ଟି ମାମଲାରେ ଦଣ୍ଡବିଧାନ ହୋଇସାରିଛି । କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଅର୍ଥତତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟ ଦୁଇଟି ମାମଲା ଏବେ ବିଚାରଧିନ ରହିଛି । ସୂଚନାଥାଉକି ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାର ସିବିଆଇ ତଦନ୍ତ ଭାର ନେଇଥିଲା । ସଂସ୍ଥା ବିରୋଧରେ ୬ ଶହ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।

ଜାମାକରୀଙ୍କୁ ୧୫ରୁ ୨୦ ପ୍ରତିଶତ ଅଧିକ ସୁଧ ଦେବା ଲୋଭ ଦେଖାଇ ଉକ୍ତ ସଂସ୍ଥା ଜମାକାରୀଙ୍କ ଅର୍ଥ ହଡପ କରିଥିଲା । ଏହା ପରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ୪୪ ଟି ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ଏହି ୪୪ଟି ସଂସ୍ଥା ମଧ୍ୟରେ ଅର୍ଥତତ୍ତ୍ୱ ସଂସ୍ଥା ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ ମହାନ୍ତିି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking