22.1 C
Bhubaneswar
Tuesday, December 3, 2024
Homeଅପରାଧଚାକିରିର ପ୍ରତିଶୃତି ଦେଇ ଦୁଷ୍କର୍ମ

ଚାକିରିର ପ୍ରତିଶୃତି ଦେଇ ଦୁଷ୍କର୍ମ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଥିବା ଏକ ପ୍ଲାଟଫର୍ମରେ ୩୦ ବର୍ଷ ବୟସ୍କା ମହିଳାଙ୍କୁ ଗ୍ୟାଙ୍ଗ ରେପ୍ ଘଟଣାରେ ଚାରିଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ସୂଚନା ଦେଇଛନ୍ତି  ପୋଲିସ ।

ପୋଲିସ କହିଛି ଯେ ଏହି ଚାରି ଅଭିଯୁକ୍ତ ରେଳବାଇର ବୈଦ୍ୟୁତିକ ବିଭାଗର କର୍ମଚାରୀ।  ଗୁରୁବାର ବିଳମ୍ବିତ ରାତିରେ ପ୍ଲାଟଫର୍ମରେ ଏହି ଘଟଣା ଘଟିଥିବା ପୋଲିସ କହିଛି।  ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ବଳାତ୍କାର କରିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ।
ଅଭିଯୁକ୍ତମାନେ ହେଉଛନ୍ତି ୩୫ ବର୍ଷିୟ ସତୀଶ କୁମାର, ୩୮ ବର୍ଷିୟ ବିନୋଦ କୁମାର, ୩୩ବର୍ଷିୟ ମଙ୍ଗଲ ଚାନ୍ଦ ଏବଂ ୩୭ବର୍ଷିୟ ଜଗଦୀଶ ଚାନ୍ଦ। ରେଲୱେ ଡିସିପି ହରେନ୍ଦ୍ର ସିଂଙ୍କ ଅନୁଯାୟୀ, ମହିଳା ଜଣକ ସକାଳ ପ୍ରାୟ ୩.୨୭ ରେ ପୋଲିସ ଷ୍ଟେସନକୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।  ପୋଲିସ ତୁରନ୍ତ ଷ୍ଟେସନକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking