କୋରାପୁଟ : କୋରାପୁଟ ସର୍କଲ ଜେଲ୍ର ଜେଲର ଗଗନ ବିହାରୀ ସାହୁ ନିଲମ୍ବିତ । ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଲେ ଜେଲ୍ ଡିଜି । କୋରାପୁଟ ସବ୍ ଜେଲର କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା କାରଣକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ହାଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଏ ସଂପର୍କିତ ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଏନେଇ ଶୁଣାଣି କରି ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଉପକାରାଗାରର ଜେଲର ସାରଦା ପ୍ରସନ୍ନ ରାଉତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନୟାଗଡ଼ ଜିଲ୍ଲା ଜଜ୍ ଅଚାନକ ଗସ୍ତ କରିବା ପରେ ଅବ୍ୟବସ୍ଥା ନେଇ ଦେଇଥିଲେ ରିପୋର୍ଟ ।