ନୂଆଦିଲ୍ଲୀ: ଜାନୁଆରୀ 22 ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହ ଓ ଉନ୍ମାଦନା ବଢିବଢି ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଓଡିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମାଙ୍କୁ ପାଇ’ ତାଙ୍କ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କରିଛନ୍ତି । ଯାହାକୁ ଗାଇଛନ୍ତି ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ରଥ ।
‘ଏକ୍ସ’ ରେ (ପୂର୍ବରୁ ଟ୍ୱିଟର) ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଭାରତର ପ୍ରତ୍ୟେକ ଭାଗରେ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି । ଆପଣ ପ୍ରତ୍ୟେକ ଭାଷାରେ ତାଙ୍କ ପ୍ରତି ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ । ଏଠାରେ ଓଡିଆରେ ଏପରି ଏକ ପ୍ରୟାସ ଅଛି…
ସେହିପରି ବୁଧବାର ଦିନ ପ୍ରଭୁ ଶ୍ରୀରାମ ଙ୍କ ଭଜନ ପ୍ରଧାନମନ୍ତ୍ରୀ ସେୟାର କରିଥିଲେ ଯାହା ସ୍ବର ସାମଗ୍ରୀ ସ୍ୱର୍ଗତଃ ଲତା ମଙ୍ଗେଶକରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଶେଷ ଶ୍ଲୋକ ଥିଲା ।
ଖାଲି ସେତିକି ନୁହେଁ ଏହାର ଗୋଟେ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ଅଯୋଧ୍ୟାରେ ଜୟକାର ଗୁଞ୍ଜେ’ ଏକ ରାମ ଭଜନ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ସେୟାର କରିଥିଲେ । ଯାହା କୁ ଗାଇଛନ୍ତି ସ୍ବାତି ମେହୁଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଓ ଲେଖିଛନ୍ତି ମହେଶ କୁକ୍ରେଜା ।