ଭୁବନେଶ୍ୱର : ଲୋକଙ୍କୁ ପିଆଜ କନ୍ଦେଇବା ଆମ ଶୁଣିଛୁ, ହେଲେ ବଜାରକୁ ଗଲେ କଞ୍ଚା ପରିବା ଦର ବର୍ତ୍ତମାନ ଲୋକଙ୍କୁ କନ୍ଦଉଛି । ବିଶେଷ କରି ନିରାମିଷ ଲୋକଙ୍କ ପାଇଁ କଞ୍ଚା ପରିବା ଦର ଅଧିକ ଚିନ୍ତା ବଢ଼ାଇଛି । ପାଣି ପରିବା ହେଉ ବା ବାହାର ପରିବା ସବୁ ଦାମ ଆକାଶ ଛୁଆଁ । ହାଟରେ ଆଜି ଟମାଟୋ ଦର ୧୨୦ ଟଙ୍କା ଥିବା ବେଳେ ସାଧାରଣ ବାଇଗଣ ଦର ୮୦ ଟଙ୍କା ରହିଛି । ସେହିପରି ପୋଟଳ- ୬୦ ଟଙ୍କା, କଲରା- ୫୦ ଟଙ୍କା, ଝୁଡୁଙ୍ଗ – ୫୦ ଟଙ୍କା, କଙ୍କଡ଼ା -୬୦ ଟଙ୍କା, ଭେଣ୍ଡି- ୬୦ ଟଙ୍କା, ଫୁଲକୋବି- ୫୦ ଟଙ୍କା, ଗାଜର- ୪୦ ଟଙ୍କା ରହିଛି । ଏପରିକି ଅମୃତଭଣ୍ଡା- ୩୦ ରୁ ୪୦ ଟଙ୍କା ଦର ରହିଥିବା ବେଳେ କଞ୍ଚାଲଙ୍କା ଦର ରହିଛି ୨୦୦ ଟଙ୍କା ।
ଏପରିସ୍ଥିତିରେ ଲୋକେ ପରିବା ହାଟକୁ ଆସୁଛନ୍ତି, ହେଲେ କିଲେ ଜାଗା ରେ ଅଢେଇସ ବା ଅଧାକିଲୋ ପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏମିତିକି କଞ୍ଚା ପରିବା ଅପେକ୍ଷା ଡାଲି ଜାତୀୟ ଜିନିଷ ଯେପରିକି, ମଟର, ରାଜ ମା, ଶୋୟାବିନ କୁ ଖାଦ୍ୟ ରେ ଅଧିକ ବ୍ୟବହାର କରୁଥିବା ଗ୍ରାହକ କହିଛନ୍ତି । ଏହି ଉଚ୍ଚ ଦର ଯୋଗୁଁ ନିରାମିଷ ଲୋକେ ଅଧିକ ହଇରାଣ ହେଉଥିବା କହିଛନ୍ତି ।