ଭୁବନେଶ୍ୱର : ରାଜଧାନୀରେ ୨୨ କ୍ୟାରେଟ ସୁନା ଦାମ୍ ଜୁନ୍ ୬ରେ ୧୦ ଗ୍ରାମ୍ ପ୍ରତି ୬୭,୩୦୦ ଟଙ୍କା ଥିବା ବେଳେ ଜୁନ ୭ରେ ବୃଦ୍ଧି ପାଇ ୬୭,୬୦୦ ଟଙ୍କା ହୋଇଛି । ସେହିପରି ଜୁନ ୬ରେ ୨୪ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୭୩,୪୨୦ ଟଙ୍କା ଥିବା ବେଳେ ଆଜି ବୃଦ୍ଧି ପାଇ ୭୩,୭୫୦ ଟଙ୍କା ହୋଇଛି । କିଛି ଦିନ ତଳେ ସୁନା ଦାମ୍ କମିଥିବା ବେଳେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। ତେବେ ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ଜୁନ ୭ରେ ୫୫,୩୧୦ ଟଙ୍କା ହୋଇଛି କିନ୍ତୁ ଜୁନ ୬ରେ ୫୫,୦୬୦ ଟଙ୍କା ଥିଲା। ସେହିପରି ଜୁନ ୭ରେ ୧ କେଜି ଚାନ୍ଦି ଦାମ୍ ୧,୦୦,୫୦୦ ଟଙ୍କା ହୋଇଥିବା ବେଳେ ଜୁନ ୬ରେ ୯୮,୦୦୦ ଟଙ୍କା ଥିଲା। ଏହିପରି ଭାବେ ପ୍ରତିଦିନ ବଦଳୁଛି ସୁନା-ଚାନ୍ଦି ଦାମ୍।