32.1 C
Bhubaneswar
Tuesday, October 22, 2024
Homeଓଡିଶାପାର୍ବଣରେ ଖସିଲା ସୁନା ଦର

ପାର୍ବଣରେ ଖସିଲା ସୁନା ଦର

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ପାର୍ବଣରେ ଖସିଲା ସୁନା ଦର। ଆଉ ଆଗକୁ ବି ଆସୁଛି ବିବାହ ସିଜିନ୍। ତା ପୂର୍ବରୁ ସୁନା ଶସ୍ତା ହୋଇଛି ସୁନା। ଯଦି ଆପାଣ ଗହଣା କିଣିବାକୁ ଚାହୁଁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗତକାଲି ଅପେକ୍ଷା ଆଜି ସୁନାଦର ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ଦର।

ଆଜି ଭାରତୀୟ ବଜାରରେ ତଥା ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି  ୫୬,୩୫୦ ଥିବା ବେଳେ ୨୪ କ୍ୟାରେଟ ଦର ୬୧,୪୫୦ ରହିଛି। ତେବେ, ଏହି କ୍ରମରେ ଗତକାଲି ୨୨ କ୍ୟାରେଟର ଦର ୧୦ ଗ୍ରାମ୍ ପିଛା ୫୬,୬୦୦ ଥିଲା ବେଳେ ୨୪ କ୍ୟାରେଟର ଦାମ୍ ଥିଲା ୬୧,୭୫୦। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦବାକୁ ଚାହୁଁଛୁ ଯେ, ୨୨ ଓ ୨୪ କ୍ୟାରେଟରେ ୨୫୦ ଓ ୩୦୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା କେଜି ପିଛା ଆଜି ୭୫,୧୦୦ ଟଙ୍କା ରହିଛି । ରୂପାରେ କିଲୋ ପିଛା ୨୦୦ ଟଙ୍କା ଖସିଛି।

ସେହିପରି ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନାଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟର ଦାମ୍ ୫୬,୩୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ଭରିପିଛା ୬୧,୪୫୦ ରହିଛି। ୨୨ ଓ ୨୪ କ୍ୟାରେଟରେ ୨୫୦ ଓ ୩୦୦ ଟଙ୍କା ଖସିଛି। ସେହିପରି ରୂପାରେ କିଲୋ ପିଛା ୨୦୦ ଟଙ୍କା କମିଛି। ସେହିପରି ଆଜି କୋଲକାତାରେ ବି ସୁନା ଦର ୨୨ କ୍ୟାରେଟରେ ଭରି ପିଛା ୨୦୦ ଟଙ୍କା ଖସି ଥିବା ବେଳେ ୨୪ କ୍ୟାରେଟରେ ବି ୩୦୦ ଟଙ୍କା କମିଛି। ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟର ସୁନା ଦାମ୍ ଭରି ପିଛା ୫୬,୬୦୦ ରହିଛି । ଏବଂ ୨୪ କ୍ୟାରେଟ୍ ର ଦାମ୍ ୬୧,୭୫୦ ରହିଛି। ୨୨ ଓ ୨୪ କ୍ୟାରେଟର ୧୦୦ ଟଙ୍କା ଖସିଛି।

ସେହିକ୍ରମରେ ଓଡିଶାର ପ୍ରମୁଖ ସହର ରାଜଧାନୀ ଭୁବନେଶ୍ବରରେ ଆଜି ୨୨ କ୍ୟାରେଟର ସୁନା ଦାମ୍ ଭରି ପିଛା ୫୬,୩୫୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟର ଦାମ୍ ୬୧,୪୫୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟରେ ୨୫୦ ଓ ୩୦୦ ଟଙ୍କା ଖସିଛି। ରୂପାରେ କିଲୋ ପିଛା ୨୦୦ ଟଙ୍କା ଖସିଛି।  କଟକରେ ବି ୨୨ କ୍ୟାରେଟରେ ୨୫୦ ଟଙ୍କା  ଓ  ୨୪ କ୍ୟାରେଟରେ ୩୦୦ ଟଙ୍କା କମିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking