ନୂଆଦିଲ୍ଲୀ :ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଅଗଷ୍ଟ ୧ରୁ ରାଷ୍ଟ୍ରପତି ଭବନ ଖୋଲିବ ବୋଲି ଜଣାପଡିଛି । କୋଭିଡ୍ ଯୋଗୁଁ ଚଳିତବର୍ଷ ଏପ୍ରିଲରୁୁ ସାଧାରଣ ଜନତାଙ୍କ ନିମନ୍ତେ ରାଷ୍ଟ୍ରପତି ଭବନ ବାରଣ କରାଯାଇଥିଲା । ସପ୍ତାହରେ କେବଳ ଶନିବାର ଓ ରବିବାର ଅନ୍ଲାଇନରେ ତିନିଟି ସ୍ଲଟ୍ (ସକାଳ ୧୦.୩୦ରୁ ୧୧.୩୦, ମଧ୍ୟାହ୍ନ ୧୨.୩୦ରୁ ଅପରାହ୍ଣ ୧.୩୦ ଓ ଅପରାହ୍ଣ ୨.୩୦ରୁ ୩.୩୦) ବୁକିଂ କରାଯାଇପାରିବ । ଗୋଟିଏ ସ୍ଲଟ୍ରେ ସର୍ବାଧିକ ୨୫ ପର୍ଯ୍ୟଟକଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଅପରପକ୍ଷରେ ରାଷ୍ଟ୍ରପତି ଭବନ ମ୍ୟୁଜିୟମ କମ୍ପେ୍ଲକ୍ସ ସପ୍ତାହରେ ୬ ଦିନ (ମଙ୍ଗଳବାରଠାରୁ ରବିବାର) ଖୋଲାରହିବ । ଏଥିପାଇଁ ୪ଟି ସ୍ଲଟ୍ର ବ୍ୟବସ୍ଥା କରାଯାଇଛି ।