32.1 C
Bhubaneswar
Sunday, October 6, 2024
Homeଓଡିଶାବ୍ଲୁ ଫ୍ଲାଗ ବିଚରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

ବ୍ଲୁ ଫ୍ଲାଗ ବିଚରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

ପୁରୀ : ବ୍ଲୁ ଫ୍ଲାଗ ବିଚରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି । ସୋମବାର ସକାଳୁ ସମୁଦ୍ର କୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ, ଏମିତି କିଛି ସ୍ଥାନ ରହିଛି ଯେଉଁଠି ଆମକୁ ମାନସିକ ଶାନ୍ତି ମିଳିବା ସହ ଅଦ୍ଭୁତ ଆନନ୍ଦ ଆଣିଦିଏ । ପର୍ବତ, ଜଙ୍ଗଲ, ନଦୀ ଏବଂ ସମୁଦ୍ର କୂଳ ଆମ ଭିତରେ କିଛି ଗଭୀରତାକୁ ଆକର୍ଷିତ କରେ । ଆଜି ସମୁଦ୍ର କୂଳରେ ଭ୍ରମଣ ବେଳେ କୋମଳ ପବନ, ସମୁଦ୍ରର ଗର୍ଜନ ଏବଂ ଜଳର ବିସ୍ତାର ଏକ ଅଦ୍ଭୁତ ମିଳନ ଅନୁଭବ କରିଲି । ଗତକାଲି ମହାପ୍ରଭୁଙ୍କ ଦର୍ଶନ କରି ମୋ ଭିତରେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking