କଟକ: ଓଡିଶା ଗସ୍ତରେ ଆସିଛନ୍ତି ଅମିତ ଶାହ ବିମାନବନ୍ଦରରୁ ସିଧା କଟକ ମୁଣ୍ଡଳି ସିଆଇଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ଅମିତ ଶାହ ।ସଭାରେ ସମ୍ବୋଧନ କରି ସିଆଇଏସଏଫ ଭୁମିକାକୁ ପ୍ରଶଂସା କରିଛନ୍ତି ଅମିତ ଶାହ । ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡି ଧରିଛି ସିଆଇଏସଏଫ । ବୀରତ୍ୱ ଓ ତ୍ୟାଗର ଅନନ୍ୟ ପ୍ରମାଣ ସିଆଇଏସଏଫ । ଦଶର ଔଦୋଗିକ ବିକାଶର ସମ୍ଭାବନୀ ସିଆଇଏସଏଫ ବିନା ଅସମ୍ଭବ । ୨୦୪୭ ବିକଶିତ ଭାରତ ପାଇଁ ସିଆଇଏସଏଫ ର ଭୁମିକା ଗୁରୁତ୍ୱପୂର୍ଣ୍ଣ । ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କଲେ ଶାହ । ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇଥିଲୋଏବେ ବନ୍ଦରକୁ ବି ସୁରକ୍ଷା ଯୋଗାଇବେ ସିଆଇଏସଏଫ ଯବାନ । ୭୦ ବିମାନ ବନ୍ଦର ସହ ୩୧୬ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି ସିଆଇଏସଏଫ ।










