କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସୂଚନା ଅନୁଯାୟୀ, ବେହେରେନସିଲେଟ ଗାଁରେ ଗତ ରାତିରେ ବିନୋଦ ଚନାଗୁନଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ କିପରି ହୋଇଥିଲା, ସେ ଆତ୍ମହତ୍ୟା କରିଥିଲେ, ନା କ’ଣ ତାହା ସ୍ପଷ୍ଟ ହୋଇ ପାରିନି। ସକାଳୁ ପରିବାର ଲୋକେ ଏନେଇ ପୁଲିସ୍କୁ କୌଣସି ସୂଚନା ନ ଦେଇ ମୃତଦେହକୁ ସତ୍କାର କରିବା ନିମନ୍ତେ ଶ୍ମଶାନକୁ ନେଇଥିଲେ। ମାତ୍ର ସୂଚନା ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ପୁଅର ମୃତ୍ୟୁର କାରଣ କ’ଣ ପରିବାର ଲୋକେ ତାହା ସ୍ପଷ୍ଟ ଭାବେ ପୁଲିସ୍କୁ କହି ପାରି ନ ଥିଲେ। ଏହା ଶୁଣି ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣିଛି। କେମିତି ଓ କ’ଣ ପାଇଁ ବିନୋଦଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ l ବିନୋଦ ଚନାଗୁନ ଯଦି ଆତ୍ମହତ୍ୟା କରିଥିଲେ, ତା’ହେଲେ ପରିବାର ଲୋକେ କାହିଁକି ଓ କ’ଣ ପାଇଁ ପୁଲିସ କୁ ଖବର ଦେଲେ ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଏହି ଘଟଣାରେ ପୁଲିସ୍ର ପ୍ରତିକ୍ରିୟା ମିଳି ପାରିନି।