32.1 C
Bhubaneswar
Saturday, October 19, 2024
Homeଓଡିଶାପୁଅ-ଝିଅଙ୍କୁ ଉଠାଇ ନେଲା ପୁଲିସ

ପୁଅ-ଝିଅଙ୍କୁ ଉଠାଇ ନେଲା ପୁଲିସ

କୋଣାର୍କ : ସୋମବାର ଅପରାହ୍ଣରେ କୋଣାର୍କ ରାଜରାମ ମଠ ଜଗନ୍ନାଥ ମଦିର ପରିସରରେ ବିବାହକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଲାଗି କାଠ ଫାଳିଆରେ ପିଟା ପିଟା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନାନୁଯାୟୀ, ଛଇତନା ନିକଟ ଆଳଶଙ୍ଖ ଗ୍ରାମର ହରିଜନ ସାହିର ଝିଅ ସୌଦାମିନୀ ଭୋଇ ଓ ଛାଇତନ ନିକଟ ବଙ୍କେଶ୍ୱର ମନ୍ଦିର ନିକଟ ଇଞ୍ଚଳ ଗ୍ରାମର ହରିଜନ ସାହିର ପୁଅ ସିପୁନ ଭୋଇ ଦୁହେଁ ଦୁଇଜଣଙ୍କୁ ପ୍ରେମ କରୁଥିବାବେଳେଦୀର୍ଘ ୪ ମାସ ହେବ ନିଜ ଗ୍ରାମରୁ ଫେରାର ହୋଇ ତାମିଲନାଡୁ ରେ ରହୁଥିଲେ ।ଉଭୟ ପକ୍ଷର ପରିବାର ଲୋକ ଦୁଇଜଣଙ୍କ ବିବାହ କରିବାକୁ ସମ୍ମତି ପ୍ରଦାନ କରି ବୁଝାମଣା ଭିତିରେ ଉଭୟ ପୁଅ ଝିଅଙ୍କୁ ବୁଝାଇବାରୁ ଦୁହେଁ ଗ୍ରାମକୁ ଫେରିଥିଲେ ।

କୋଣାର୍କ ରାଜରାମ ମଠ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ କରାଯାଇ ମନ୍ଦିର କାଗଜ ପତ୍ର ସହାୟତରେ କୋର୍ଟରେ ରେଜିଷ୍ଟ୍ରି ବିବାହ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲାବେଳେ ଆଜି ଜଗନ୍ନାଥ ମନ୍ଦିରରେ ଭୋଜିଭାତ ଆୟୋଜନ ସହିତ ପୁଅ ଝିଅ ଙ୍କ ବିବାହ ହେବାକୁ ପ୍ରସ୍ତୁତି ଚାଲିଥିଲା । ତେବେ କୌଣସି କାରଣକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ହଠାତ ସଂଘର୍ଷ ଲାଗିଯାଇଥିଲା ।ସେଠାରେ ଥିବା କାଠଫାଳିଆକୁୁ ଧରି ଉଭୟ ପକ୍ଷର ଶତାଧିକ ଯୁବକ ପରସ୍ପର ମଧ୍ୟରେ ବାଡ଼ିଆ ବାଡ଼ି ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏହି ସଂଘର୍ଷକୁ ରୋକିବା ସହିତ ଏନେଇ ତୁରନ୍ତ କୋଣାର୍କ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ କୁ ରୋକିବା ସହିତ ଉଭୟ ପୁଅ ଝିଅଙ୍କୁ କୋଣାର୍କ ଥାନା କୁ ଉଠାଇ ନେଇ ଆସିଥିଲା । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ପରେ ଉଭୟ ପରିବାରର ସଦସ୍ୟମାନେ ଥାନାରେ ସମାଧାନ ନିମନ୍ତେ ବସିରହିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking