25.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଲଣ୍ଡନ ଯିବା ପୂର୍ବରୁ ବିମାନ ବନ୍ଦରରୁ ଅମୃତପାଲ ପତ୍ନୀଙ୍କୁ ଉଠାଇନେଲା ପୋଲିସ

ଲଣ୍ଡନ ଯିବା ପୂର୍ବରୁ ବିମାନ ବନ୍ଦରରୁ ଅମୃତପାଲ ପତ୍ନୀଙ୍କୁ ଉଠାଇନେଲା ପୋଲିସ

ଅମୃତସର: ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂ ପତ୍ନୀ କିରଣଦୀପ କୌରଙ୍କୁ ଗୁରୁବାର ଅମ୍ରିତସର ବିମାନ ବନ୍ଦିରରୁ ଉଠାଇ ନେଇଛି ପୋଲିସ । ସେ ଲଣ୍ଡନ ଯିବା ପାଇଁ ବିମାନବନ୍ଦରରେ ଅପେକ୍ଷା କରିଥିଲେ । ବିମାନ ୧.୨୦ରେ ଲଣ୍ଡନ ଅଭିମୁଖେ ବାହାରିଥା’ନ୍ତା । ହେଲେ ବିମାନରେ ବସିବାର ଠିକ ପୂର୍ବରୁ ତାଙ୍କୁ ଉଠାଇ ନେଇଛି ପୋଲିସ । ପଞ୍ଜାବ ପୋଲିସର କହିବା ଅନୁଯାୟୀ, କିରଣଦୀପ ୟୁକେର ନାଗରିକ । ତାଙ୍କ ପାଖରେ ୟୁକେ ପାସପୋର୍ଟ ମଧ୍ୟ ରହିଛି । ପଞ୍ଜାବ କିମ୍ବା ଦେଶର ଅନ୍ୟ କୌଣସି ଥାନାରେ ତାଙ୍କ ବିରୋଧରେ କୌଣସି ମାମଲା ନାହିଁ । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ କୌଣସି ପ୍ରମାଣ ପୋଲିସ ବା କୌଣସି ଏଜେନ୍ସି ପାଖରେ ନାହିଁ । ତେବେ ଜଣେ ଫେରାର ଅଭିଯୁକ୍ତର ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କୁ ଯେଉଁ ଆଇନ ଆଧାରରେ ଧରି ଜେରା କରାଯାଏ ସେହି ଆଇନ ଅନୁସାରେ କିରଣଦୀପଙ୍କୁ ପୋଲିସ ଉଠାଇ ନେଇ ଜେରା କରୁଛି । ଚଳିତବର୍ଷ ଫେବୃଆରୀରେ ସେ ଅମ୍ରିତପାଲଙ୍କୁ ବିବାହ କରିଥିଲେ ।

ବିବାହ ପରେ ସେ ପଞ୍ଜାବ ଆସିଥିଲେ ଏବଂ ଏବେ ସେ ପଞ୍ଜାବର ଜଲୁପୁର ଖେଦସ୍ଥିତ ଅମ୍ରିତପାଲଙ୍କ ପୈତୃକ ଘରେ ରହୁଥିଲେ । କିରଣଦୀପଙ୍କ ପରିବାର ଜଳନ୍ଧରର ମୂଳ ବାସିନ୍ଦା ବୋଲି କୁହାଯାଉଛି । ତେବେ ସେ ଅମ୍ରିତପାଲଙ୍କ ପାଇଁ ବିଦେଶୀ ଫଣ୍ଡ ଯୋଗାଡ କରୁଥିବା ନେଇ ପୂର୍ବରୁ ପୋଲିସ ତାଙ୍କୁ ପଚରାପଚରି କରିଥିଲା । ସୂଚନାଯୋଗ୍ୟ, ପଞ୍ଜାବ ପୋଲିସ ବାରିସ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂ ଏବଂ ତାଙ୍କର ସହଯୋଗୀଙ୍କ ଉପରେ ମାର୍ଚ୍ଚ ୧୮ ତାରିଖରୁ ନଜର ରଖିଛି । ଅମ୍ରିତପାଲ ଫେରାର ହେବା ପରଠାରୁ ପୋଲିସ ତାଙ୍କର ଶତାଧିକ ସହଯୋଗୀଙ୍କୁ ଗିରଫ କରି ସାରିଲାଣି । ତେବେ ଅମ୍ରିତପାଲ ତାର କିଛି ସହଯୋଗୀଙ୍କୁ ନେଇ ଖସି ପଳାଇବାରେ ସଫଳ ହୋଇଛି । ପୋଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ଅମ୍ରିତପାଲକୁ ଧରିବା ପାଇଁ ପୋଲସ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କୁ ଜେରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking