19.1 C
Bhubaneswar
Friday, November 22, 2024
Homeଅପରାଧନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସନ୍ଥଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସନ୍ଥଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ବେଙ୍ଗାଲୁର : କର୍ଣ୍ଣାଟକର ଚିତ୍ରଦୂର୍ଗା ଜିଲ୍ଲାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ. ଶିବମୂର୍ତୀ ମୁରୁଗା ଶରଣରୁ ଗିରଫ ହୋଇ ଏତେ ଜେଲରେ। ଶିଶୁ ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇଛି ।  ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି । ଶରଣରୁଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଛି। ଲିଙ୍ଗାୟତ ସାଧୁଙ୍କ ବିରୋଧରେ ଚାର୍ଜସିଟରେ ସବୁଠାରୁ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ଅଚି ଯେ, ସେ ୨୦୧୩ ରୁ ୨୦୧୫ ଭିତରେ ଅଧା ରାତିରେ ୧୩ ବର୍ଷୀୟ ନାବାଳିକାଙ୍କ ସହିତ ବହୁବାର ଦୁଷ୍କର୍ମ କରିଥିଲେ। ଏପରିକି ସେ ନାବାଳିକାଙ୍କୁ ନିର୍ଦେଶ ଦେଇଥିଲେ ଯେ, ସମସ୍ତେ ଶୋଇଥିବାବେଳେ ପଛପଟ ରୁମ୍ ଦେଇ ଆସିବେ ରୁମ୍‌କୁ ଆସିବେ। ସକାଳୁ ଲୋକମାନେ ଉଠିବପୂର୍ବରୁ ବାହାରି ଯିବେ।

ଚାର୍ଜସିଟରେ ଦର୍ଶାଯାଇଛି ଯେ ୬୪ ବର୍ଷିୟ ଲିଙ୍ଗାୟତ ସାଧୁ ଶରଣରୁ ସମସ୍ତେ ଶୋଇବା ପରେ ନାବାଳିକାଙ୍କୁ ତାଙ୍କ କୋଠରୀକୁ ଡାକନ୍ତି। ଘଟଣା ସମୟରେ ନାବାଳିକାକୁ ୧୩ ବର୍ଷ ହୋଇଥିଲା। ଜଗଦଗୁରୁ ମୁରୁଗରାଜେନ୍ଦ୍ର ବିଦ୍ୟାପୀଠ ମଠ ଦ୍ବାରା ପରିଚାଳିତ ହାଇସ୍କୁଲରେ ପଢୁଥିବା ଅତିକମ୍‌ରେ ଦୁଇଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଶରଣାରୁ ଚିତ୍ରଦୁର୍ଗ ଜେଲରେ ଅଛନ୍ତି। ତାଙ୍କୁ ୧ ସେପ୍ଟେମ୍ବରରେ ଯୌନ ଉତ୍ପୀଡନ ଅଭିଯୋଗରେ ପୋକ୍ସୋ ଆକ୍ଟ ଅନୁସାରେ ଗିରଫ କରାଯାଇଥିଲା। ୨୭ ଅଗଷ୍ଟରେ ଏଫଆଇଆର ରୁଜୁ ହେବାର ଏକ ସପ୍ତାହ ପରେ ତାଙ୍କୁ ଗିରଫ କରାଯାଇଥିଲା।
୨୭ ଅକ୍ଟୋବରରେ ତଦନ୍ତକାରୀ ଦଳ କୋର୍ଟରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ସାଧୁ ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କ ନାଁ ଏଥିରେ ରହିଛି। ଅଭିଯୋଗ ପତ୍ରରେ କୁହାଯାଇଥିଲା, ପୀଡିତା ତାଙ୍କ ସହ ଘଟିଥିବା ପୁରା ଘଟଣା କହିଛନ୍ତି।

ପୀଡିତା କହିଛନ୍ତି, ମୋ ମା’ ଅସୁସ୍ଥ ଥିବାରୁ ୨୦୧୨ ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢୁଥିଲି। ମୋ ବାପା ମୁରୁଘ ମଠର ପ୍ରିୟଦର୍ଶିନୀ ହାଇସ୍କୁଲରେ ଆଡମିଟ୍ କରିଥିଲେ, ଯେଉଁଠାରେ ଅକ୍କା ମହାଦେବୀ ହଷ୍ଟେଲରେ ରହୁଥିଳି। ଶରଣରୁ ମୋତେ ସକାଳ ସାଢେ ୪ଟା କିମ୍ବା ୫ ଟା ପୂର୍ବରୁ ଦୁଷ୍କର୍ମ କରୁଥିଲେ। ଏହାପରେ କେହି ଉଠିବା ପୂର୍ବରୁ ମୋତେ ପଠାଇ ଦେଉଥିଲେ। ପୀଡିତା କହିଛନ୍ତି, ଶ୍ରୁତି ଓ ଅପୂର୍ବା ଯେତେବେଳେ ହଷ୍ଟେଲ ଆସିଲେ ସେତେବେଳେ ସେ ଓ୍ବାର୍ଡେନ ଥିଲେ। ଆମକୁ କୌଣସି ଅସୁବିଧା ହୋଇନଥିଲା।ଏହି ସମସ୍ୟା ୨୦୧୩-୨୦୧୪ ଭିତରେ ହୋଇଥିଲା, ଯେତେବେଳେ ରଶ୍ମି ହଷ୍ଟେଲର ଓ୍ବାର୍ଡେନ ଥିଲେ। ରଶ୍ମି ମୋତେ ରାତି ୯ଟା ପରେ ଫଳ ଓ ଟଙ୍କା ନେବା ପାଇଁ ଲିଙ୍ଗାୟତ ସନ୍ଥଙ୍କ ପାଖକୁ ଯିବାକୁ କହୁଥିଲା। ମୁଁ ଅନ୍ୟ ଝିଅଙ୍କ ସହିତ ଦୁଇ-ତିନି ଥର ଦେଖିବାକୁ ଯାଇଥିଲା। କିଛି ଦିନ ପରେ ଅନ୍ୟ ଝିଅମାନେ ମନା କରିଦେଲେ। ରାତିରେ ଖାଇବା ପରେ ସମସ୍ତେ ଶୋଇଯାଉଥିଲେ। ଏହାପରେ ପଛପଟ କବାଟ ଦେଇ ମୁଁ ତାଙ୍କ ରୁମ୍‌କୁ ଯାଉଥିଲି। ପୀଡିତାଙ୍କ ଅଭିଯୋଗ ଅନୁସାରେ, ସେ ମୋତେ ଡ୍ରାଏଫ୍ରୁଟ୍ ଓ ଚକୋଲେଟ୍ ଦେଉଥିଲେ। ଏହା ପଚାରୁଥିଲେ, ମୋତେ କେହି ରୁମ୍‌କୁ ଆସୁଥିବାର ଦେଖିଛନ୍ତି କି ନାହିଁ। ଏହାପରେ ମୋତେ ଦୁଷ୍କର୍ମ କରୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking