27.1 C
Bhubaneswar
Friday, September 20, 2024
Homeଓଡିଶାସାଧାରଣ ଲୋକଙ୍କ ଗାଡି ଭାଙ୍ଗୁଛି ପୋଲିସ

ସାଧାରଣ ଲୋକଙ୍କ ଗାଡି ଭାଙ୍ଗୁଛି ପୋଲିସ

ଖଲ୍ଲିକୋଟ : ନିର୍ବାଚନ ସମୟରେ ଅଶାନ୍ତ ହେଉଛି ନିର୍ବାଚନୀ ହିଂସା । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଛି । ହିଂସାକାଣ୍ଡ ଘଟଣାରେ ପୁଲିସ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ସେମାନଙ୍କୁ ଥାନାରୁ ନେବାବେଳେ ଆନେ୍ଦାଳନକାରୀମାନେ ପୁଲିସ ଗାଡ଼ିକୁ ଘେରିଥିଲେ । ପରେ ପୁଲିସ ଉପରକୁ ପଥର ଓ ପାଣି ବୋତଲ ମାଡ଼ କରିଛନ୍ତି । ଆନେ୍ଦାଳନକାରୀଙ୍କ ପଥର ମାଡ଼ରେ ପୁଲିସ ଗାଡ଼ିର କାଚ ଭାଙ୍ଗିଥିବା ଜଣାଯାଇଛି । ତେବେ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିବା ଜଣାଯାଇଛି । ସବୁଠୁ ବଡ଼ କଥା ହେଲା ଯେ ପୁଲିସ ଲୋକଙ୍କୁ ପିଟିବା ସହ ରାସ୍ତାକଡ଼ରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭାଙ୍ଗିଦେଇଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ିସହ ରାସ୍ତାକଡ଼ରେ ଥିବା ଗାଡ଼ିକୁ ପଥରରେ ଛେଚି ଭାଙ୍ଗି ଦେଇଛି । ଗତକାଲି ପୋଷ୍ଟର ମାରିବାକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking