ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରରପତି ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବାକୁୁ ଯାଉଥିବା ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ବିରୋଧରେ ଆଗତ ଏକ ପିଟିସନକୁ ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ଖାରଜ କରିଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ ଆସନ୍ତା ୯ରେ ଦେଶର ୫୦ତମ ପ୍ରଧାନ ବିଚାରପତିଭାବେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ।
ପ୍ରଧାନ ବିଚାରପତିଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ମୁର୍ସଲିନ୍ ଅସିଜିତ୍ ଶେଖ୍ ନାମକ ଜଣେ ବ୍ୟକ୍ତି ଏହି ପିଟିସନ ଦାଏର କରିଥିଲେ । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ଭିତ୍ତିହୀନ ଦର୍ଶାଇ ଖାରଜ କରିଦେଇଛନ୍ତି ।