କଟକ : କଟକ ଛତ୍ରବଜାର ରାସ୍ତା କଡରେ ଆଉ ବସିବେ ନାହିଁ ପରିବା ବ୍ୟବଶାୟୀ । ସେମାନଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଅତ୍ୟାଧୁନିକ ଭେଣ୍ଡିଂ ଯୋନ । ଯେଉଁଠି ରହିଛି ୫୫୦ଟି ପିଣ୍ଡି । ବ୍ୟବଶାୟୀଙ୍କ ପାଇଁ ଲାଇଟ, ପାଣି, ପାର୍କିଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ମେ ମାସରେ ନୂତନ ପିଣ୍ଡିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ବେଳେ ପିଣ୍ଡିର ଉନ୍ନତି କରଣ କାର୍ୟ୍ୟ ସମୀକ୍ଷା କରିଛନ୍ତି ମେୟର କମିଶନର ଏବଂ ବିଧାୟକ । ସେପଟେ ତାଳ ଦଣ୍ଡା କେନାଲ ସୌନ୍ଦର୍ୟ୍ୟ କରଣ କାର୍ୟ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ତାଳଦଣ୍ଡା କେନାଲ କାର୍ୟ୍ୟ ଶେଷ ହେବା ପରେ ବୋଟିଂ ଠାରୁ ଆରମ୍ଭ କରି ଫୁଡ଼ କୋର୍ଟର ବେବସ୍ଥା କରାଯିବ ବୋଲି କହିଛନ୍ତି ମେୟର ।