32.1 C
Bhubaneswar
Saturday, February 14, 2026
Homeଓଡିଶାହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଠାକୁରମୁଣ୍ଡା: ଚୈଧୁରୀ ସୁଦର୍ଶନ ତ୍ରିପାଠୀ (୯୭) ସାଇକେଲ ଯୋଗେ ଭୋର ସକାଳ ୫ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟାକୁ ଯାଉଥିଲେ। ଠାକୁରମୁଣ୍ଡା ବଜାର ଠାରୁ ୫ କିମି ଦୂର ହାଣ୍ଡିଫୁଟା ଛକରେ ବାମ କଡ଼ରେ ବୁଲି ଘରକୁ ଯାଉଥିବା ବେଳେ ଚଢେଇଧରାରୁ ଚିପ୍ସ ଧରି ଡ୍ରାଇଭର ଫୋନରେ କଥା ହୋଇ ହାଇୱା (ଓଡି୦୪ଆର ୦୯୨୬)ସୁଦର୍ଶନ ତ୍ରିପାଠୀଙ୍କୁ ଧକ୍କାଦେଇଥିଲା।

ହାଇୱା ସାଇକେଲ ସହ ତାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିଲା। ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ପଳାଉଥିବା ଦେଖି ଚାଳକ ସହ ହାଇୱାକୁ ଗ୍ରାମବାସୀ ଧରିଥିଲେ ଏବଂ ଠାକୁରମୁଣ୍ଡା ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଡ୍ରାଇଭର ଓ ହାଇୱାକୁ ଥାନାକୁ ଆଣିଛନ୍ତି। ବରିଷ୍ଠ ସାମ୍ବାଦିକ ଶରତ ତ୍ରିପାଠୀଙ୍କ ବାପା ସୁଦର୍ଶନ ତ୍ରିପାଠୀ ପ୍ରତ୍ୟେକ ଦିନ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟା ଗ୍ରାମକୁ ଯାଇ ଫୁଲ ତୋଳି ନିଜର “ମହାଦେବ ଚନ୍ଦ୍ର ଶେଖର” ମନ୍ଦିରରେ ପୂଜା କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking