23.1 C
Bhubaneswar
Friday, November 22, 2024
Homeଅପରାଧବୃଦ୍ଧଙ୍କୁ ହତ୍ୟାକରି ପୋତିଦେଲେ, ୨ଗିରଫ

ବୃଦ୍ଧଙ୍କୁ ହତ୍ୟାକରି ପୋତିଦେଲେ, ୨ଗିରଫ

କନ୍ଧମାଳ : ଗୁଣିଗାରେଡ଼ିକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ପସରା ପଞ୍ଚାୟତ ଅଞ୍ଚଳରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା । ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାପରେ ଶବକୁ ମାଟିତଳେ ପୋତି ଦିଆଯାଇଛି । ମୃତକ ଜଣକ ହେଲେ ଜୁଇଖୋଲ ଗ୍ରାମର ରଇବାରିଆ କହଁର(୬୫) । ପୁଲିସ ଶବ ଖୋଳି ବାହାର କରିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି । ଅନ୍ୟ କେତେକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଗିରଫ ଯୁବକମାନେ ହେଲେ ଟଣଙ୍ଗପଦର ଗ୍ରାମର ଶିବ ବେହେରା ଓ ଜୁଇଖୋଲର ଗୁଡ୍ରୁ ପ୍ରଧାନ ।

ସୂଚନା ଅନୁସାରେ, ରଇବାରିଆ ଗାଁରେ ଝଡାଫୁଙ୍କା କାମ କରନ୍ତି । ଗତ କିଛିବର୍ଷ ପୂର୍ବେ ରଇବାରିଆ ଏକ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜେଲ ଯାଇଥିଲେ । ଏହାକୁ ନେଇ ସେବେଠାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା । ରଇବାରିଆଙ୍କ ପରିବାର ଓ ଗ୍ର୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ୨୨ ତାରିଖ ଦିନ ସେ ନିଜ ଗ୍ରାମରୁ ସାଇକେଲରେ କାଠ ଧରି ପସରା ଗ୍ରାମକୁ ବିକ୍ରି କରିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଟଣକିପଦର ଗ୍ରାମ ନିକଟ ଜଙ୍ଗଲରେ ପୂର୍ବରୁ ଛପି ରହିଥିବା ଶିବ ଓ ଗୁଡ୍ରୁ ପଛପଟୁ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ ।

ମୁଣ୍ଡରେ କାଠ ଫାଳିଆ ବାଜିବାରୁ ରଇବାରିଆଙ୍କ ମୃତ୍ୟୁ ହୋଇଯାଇଥିଲା । ଶିବ ଓ ଗୁଡ୍ରୁ ସେଠାରୁ କିଛି ଦୂରରେ ଗାତ ଖୋଳି ଶବକୁ ପୋତି ଦେଇଥିଲେ । ଏଥିସହ ଅଭିଯୁକ୍ତମାନେ ସାଇକେଲକୁ କିଛି ଦୂରରେ ଥିବା ଏକ ଗୁମ୍ପାରେ ଫୋପାଡି ଦେଇ ଚାଲି ଯାଇଥିଲେ । ରାଇବାରିଆ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଶେଷରେ ମୃତକଙ୍କ ପୁଅ ମୁନା ଗତ ୨୬ ତାରିଖରେ ପସରା ଫାଣ୍ଡିରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିି କରି ଚକାପାଦ ଥାନାଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଗ୍ରାମର କିଛି ବ୍ୟକ୍ତିଙ୍କୁ ଆଣି ପଚରାଉଚରା କରିବାରୁ ଘଟଣା ବିଷୟରେ ଜଣା ପଡିଥିଲା । ଗୁଡ୍ରୁ ଏବଂ ଶିବ ରଇବାରିଆଙ୍କୁ ମାରିଥିବା ସ୍ୱୀକାର କରିଥିଲେ । ପୁଲିସ ଘଟଣାସ୍ଥଳରୁ ରଇବାରିଆଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଚକାପାଦ ଥାନାରେ କେସ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking