14.1 C
Bhubaneswar
Monday, January 12, 2026
Homeଓଡିଶାପୁଅବୋହୂଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଲେ ବୃଦ୍ଧ

ପୁଅବୋହୂଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଲେ ବୃଦ୍ଧ

ବାଲେଶ୍ୱର: ପୁଅ ବୋହୂଙ୍କ ନିର୍ଯାତନା ସହି ନପାରି ଶେଷରେ ଗୁହାଳରେ ରଶି ଲଗାଇ ଝୁଲିପଡ଼ିଛନ୍ତି ବୃଦ୍ଧ। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଚଣ୍ଡୀପୁର ଗାଁରେ। ମୃତ ବୃଦ୍ଧ ଜଣଙ୍କ ହେଲେ ନିରଞ୍ଜନ କର। ପୋଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି। ନିରଞ୍ଜନଙ୍କର ଦୁଇ ପୁଅ ଓ ସ୍ତ୍ରୀକୁ ନେଇ ଥିଲା ସୁନାର ସଂସାର। ବଡ଼ ପୁଅ ନିଖୋଜ ଥିବାବେଳେ ସାନ ପୁଅ ପାଖରେ ରହୁଥିଲେ ନିରଞ୍ଜନ। ପୁଅବୋହୂ ନାତିନାତୁଣୀ ସହ ଖୁସିରେ ଦିନ କଟାଉଥିଲେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀ। ହେଲେ ଅଧବାଟରେ ନିରଞ୍ଜନଙ୍କୁ ଏକା କରି ଆରପାରିକୁ ଚାଲିଗଲେ ସ୍ତ୍ରୀ। ନିରଞ୍ଜନ ପୂରା ଏକୁଟିଆ ହୋଇଗଲେ। ବୟସ ବଢ଼ିବା ସହ ବଢ଼ିଥିଲା ପୁଅବୋହୂଙ୍କ ନିର୍ଯାତନା। ଭଲରେ ମଧ୍ୟ ବୃଦ୍ଧ ବାପାଙ୍କ ଖାଇବାକୁ ଦେଉନଥିଲେ। ୪ବର୍ଷ ହେବ ଦୁଃଖକଷ୍ଟରେ ଦିନ କାଟୁଥିଲେ ନିରଞ୍ଜନ। କେତେ ବା ସହିଥାନ୍ତେ ? ଶେଷରେ ନିରଞ୍ଜନ ଗତକାଲି ରାତିରେ ନିଜ ଗୁହାଳ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମରିବା ପୂର୍ବରୁ ନିରଞ୍ଜନ ଏକ ସୁଇସାଇଡ ନୋଟ ଲେଖିଯାଇଛନ୍ତି। ଯାହାକୁ ପୁଲିସ ଜବତ କରିଛି। ସେଥିରେ ସେ ୨ ଡିସିମିଲି ଜମି ମେଡିକାଲ କରିବା ପାଇଁ ଦାନ କରିଛନ୍ତି। ନିଜ ଶବ ସତ୍କାର୨୫ ହଜାର ଟଙ୍କା ଛାଡ଼ିଯାଇଛନ୍ତି। ଏଥିସହ ଗ୍ରାମବାସୀ ତାଙ୍କ ମୁହଁରେ ନିଆଁ ଦେବା ସହ ଶବ ସତ୍କାର କରିବେ ବୋଲି ସେ ତାଙ୍କ ସୁଇ ସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking