28.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟରେ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା

ରାଜ୍ୟରେ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା

ଭୁବନେଶ୍ୱର : ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କାମୁଛି କଲରାପତରିଆ ବାଘ ସଂଖ୍ୟା। ଗତ ୪ ବର୍ଷରେ ରାଜ୍ୟରୁ ୧୯୨ଟି କଲରାପତରିଆ ଉଭାନ ହୋଇଯାଇଥିବା ସୂଚନା ରହିଛି। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏର ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ। ରିପୋର୍ଟ ଅନୁସାରେ, ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ। ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି। ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି। ଭାରତର କେନ୍ଦ୍ରାଞ୍ଚଳ ଏବଂ ପୂର୍ବଘାଟ ଅଞ୍ଚଳରେ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନାରେ କଲରାପତରିଆ ବାଘ ସଂଖ୍ୟା ଖସିବାକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking