ନୂଆଦିଲ୍ଲୀ: ପେନ୍ସନ୍ ପେମେଣ୍ଟ୍ ପାଇଁ ଦେଶରେ ପ୍ରାୟ ୧୦.୫ ମିଲିୟନ୍ ପୂର୍ବତନ ସରକାରୀ କର୍ମଚାରୀ ଏବଂ ବେସରକାରୀ ବ୍ୟକ୍ତି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ବ୍ୟବହାର କରୁଥିବା ଏକ ସରକାରୀ ତଥ୍ୟରୁ ଜଣାପଡ଼ିଛି । ଦେଶରେ ପ୍ରାୟ ୬.୮ ସରକାରୀ ପେନ୍ସନଭୋଗୀ ଥିବା ବେଳେ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଆଧାର ସହ ଯୋଡ଼ାଯାଇଥିବା ସମସ୍ତ ଆକାଉଣ୍ଟ୍ ପାଇଁ କାମ କରୁଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ଜଣେ ବ୍ୟକ୍ତି ଏକ ବାୟୋମେଟ୍ରିକ୍ ଡିଭାଇସ୍କୁ ଫୋନ୍ କିମ୍ବା ଲ୍ୟାପ୍ଟପ୍ରେ କନେକ୍ଟ କରି ସାର୍ଟିଫିକେଟ୍ ହାସଲ କରିପାରିବେ ବୋଲି ସେ କହିଛନ୍ତି । ଏହା ବିଭିନ୍ନ ସ୍ଥାନରେ ଲାଇଫ୍ ସାର୍ଟିଫିକେଟ୍ର ସତ୍ୟାପିତ କରିବାର କାର୍ଯ୍ୟରୁ ମୁକ୍ତି ଦେଇଥାଏ ।
ଦେଶରେ ପ୍ରଥମେ ୨୦୧୪ରେ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ର ଆରମ୍ଭ ହୋଇଥିଲା । ତେବେ ୨୦୧୭ରେ ସରକାର ଏହା ଉପରେ ଜୋର୍ ଦେଇଥିଲେ । ସେବେଠାରୁ ଏହା ପେନ୍ସନ୍ଭୋଗୀଙ୍କ ପାଇଁ ଏକ ସହଜ ବିକଳ୍ପ ହୋଇଛି । ବିଶେଷକରି କୋଭିଡ୍ ମହାମାରୀ ସମୟରେ ଏହା ସେମାନେ ବିଶେଷ ସହାୟତା କରିଥିଲା । ଏହି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ଧାରୀଙ୍କ ମଧ୍ୟରୁ ୨.୪ ମିଲିୟନ୍ ସରକାରୀ ପେନ୍ସନ୍ଭୋଗୀ । ଏହା ମଧ୍ୟରୁ ୪୯୧୦୦୦ କେନ୍ଦ୍ର ସରକାର କର୍ମଚାରୀ, ୧.୧ ମିଲିୟନ୍ ପ୍ରତିରକ୍ଷା ବିଭାଗର ହୋଇଥିବା ବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପୋଷ୍ଟାଲ୍ ବିଭାଗର ଏବଂ ୩ ଲକ୍ଷ ରେଳବାଇ କର୍ମଚାରୀ ।