28.1 C
Bhubaneswar
Wednesday, July 3, 2024
Homeଓଡିଶାଫେସବୁକରେ ବଢୁଛି ଫେକ ନ୍ୟୁଜର ସଂଖ୍ୟା, ଆଇଟି ଆକ୍ଟକୁ ଫୁ!

ଫେସବୁକରେ ବଢୁଛି ଫେକ ନ୍ୟୁଜର ସଂଖ୍ୟା, ଆଇଟି ଆକ୍ଟକୁ ଫୁ!

ରାଉରକେଲା : ରାଉରକେଲାରେ ପ୍ରତିଦିନ ଘଟୁଛି ଅନେକ ଘଟଣା ଓ ଦୁର୍ଘଟଣା । ବୈଠକ, ଆଲୋଚନା, ସାକ୍ଷାତ ଆଦିର ଛୋଟବଡ ଖବର ବିଭିନ୍ନ ଦୈନିକ, ସାପ୍ତାହିକ, ପାକ୍ଷିକ ଖବରକାଗଜରେ ପ୍ରକାଶିତ ହେଉଛି । ସେହିପରି ଟିଭିରେ ପ୍ରସାରିତ ହେଉଥିବା ସରକାରୀ ଓ ବେସରକାରୀ ନ୍ୟୁଜ ଚ୍ୟାନେଲ ସମେତ ନ୍ୟୁଜ ୱେବ ପୋର୍ଟାଲ ମଧ୍ୟ ଦେଉଛନ୍ତି ସ୍ଥାନୀୟ ଅଂଚଳର ଖବର । ଅପରପକ୍ଷରେ ଏହି ସବୁ ଖବର ପ୍ରସାରଣ ହେବାର ବହୁ ପୂର୍ବରୁ ସୋସିଆଲ ମିଡ଼ିଆର ଫେସବୁକ ମାଧ୍ୟମରେ ଅତିରଂଜିତ ଖବର, ମିଛ ଖବର ପ୍ରସାରଣର ସଂଖ୍ୟା ସ୍ମାର୍ଟ ସିଟି ରାଉରକେଲାରେ ବଢିବାରେ ଲାଗିଥିବା ଅଭିଯୋଗ ଉଠିଛି ।

ଜଣେ ନିଜର ଫେସବୁକ ମାଧ୍ୟମରେ କିଛି ବି ଖବର ଓ ଫଟୋ ଅପଲୋଡ କରିବା ସହ ଏହା ସମ୍ବନ୍ଧରେ କିଛି ଉଲେଖ କରି ସେୟାର କରି ଦେଉଛନ୍ତି, ଯାହାକି ଆଇଟି(ସୂଚନା ଓ ପ୍ରଯୁକ୍ତିକରଣ ନିୟମ) ଆକ୍ଟ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଫେସବୁକ ଏକାଉଂଟଧାରୀ ମାନେ ଖବର ଗୁଡ଼ିକର ସତ୍ୟତା ଅନୁଧ୍ୟାନ ନକରି ତାକୁ ସେୟାର କରି ଦେଉଛନ୍ତି, ଯାହା ଫଳରେ ମିଛ ଖବରଟି ଫେସବୁକ ମାଧ୍ୟମରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି । ଏପରି ଅତିରଂଜିତ ଖବର(ନ୍ୟୁଜ) ସମୟ ସମୟରେ ଘାତକ ସାବ୍ୟସ୍ତ ହେଉଥିବାର ପୂର୍ବରୁ ବହୁବାର ନଜିର ରହିଛି ।  ଫେସବୁକ ମାନିଆରେ ଅଭ୍ୟସ୍ତ ହୋଇ ପଡ଼ିଥିବା କିଛି ବ୍ୟକ୍ତିଙ୍କ ଫେକ ନ୍ୟୁଜ ପ୍ରସାରଣ ନିଶା  ଜନସାଧାରଣଙ୍କୁ ଅଡ଼ୁଆରେ ପକାଉଥିବା ବିିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଏଥିପ୍ରତି ରାଉରକେଲା ପୁଲିସ ପ୍ରଶାସନର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking