27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଗାମୀ ୧୦୦ ଦିନ ଗୁରୁତ୍ବପୂର୍ଣ୍ଣ: ପ୍ରତ୍ୟେକ ନୂଆ ଭୋଟର, ଲାଭାର୍ଥୀ ଓ ସମୂଦାୟ ନିକଟରେ ପହଞ୍ଚିବାକୁ...

ଆଗାମୀ ୧୦୦ ଦିନ ଗୁରୁତ୍ବପୂର୍ଣ୍ଣ: ପ୍ରତ୍ୟେକ ନୂଆ ଭୋଟର, ଲାଭାର୍ଥୀ ଓ ସମୂଦାୟ ନିକଟରେ ପହଞ୍ଚିବାକୁ ହେବ

ନୂଆଦିଲ୍ଲୀ: ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠା ଓ ସମର୍ପଣ ପାଇଁ ଜନତାଙ୍କ ଆଶୀର୍ବାଦ ମିଳିଛି । ଏଥର (୨୦୨୪) ରେ ମଧ୍ୟ ଜନସେବା ଓ ରାଷ୍ଟ୍ରସେବାର ଅପ୍ରତିମ ଇତିହାସ ରଚିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି ତୃତୀୟ କାର୍ଯ୍ୟକାଳ କ୍ଷମତା ଉପଭୋଗର ନୁହେଁ ବରଂ ସ୍ବପ୍ନ ଓ ସଙ୍କଳ୍ପର ହେବାକୁ ଯାଉଛି । ଆଗମୀ ୫ ବର୍ଷରେ ଦେଶ ‘ବିକଶିତ ଭାରତ’ରେ ପରିଣତ ହେବାକୁ ଯାଉଛି । ଏହି କାଳଖଣ୍ଡରେ ସପ୍ନ ବି ବିଶାଳ ହେବ ଓ ସଙ୍କଳ୍ପ ମଧ୍ୟ ବିଶାଳ ହେବାକୁ ଯାଉଛି ।

ଏହି ସ୍ବପ୍ନ ସାକାର କରିବାକୁ ହେଲେ ଆଗାମୀ ୧୦୦ ଦିନ ଅତି ଗୁରୁତ୍ବପୂର୍ଣ୍ଣ । ଏହି ଅବଧି ମଧ୍ୟରେ ଆମକୁ ପ୍ରତ୍ୟେକ ନୂଆ ଭୋଟର, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ, ପ୍ରତ୍ୟେକ ସମୂଦାୟ ନିକଟରେ ପହଞ୍ଚିବାକୁ ପଡିବ । ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନର ଦ୍ବିତୀୟ ତଥା ଉଦଯାପନୀ ଦିବସରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ପ୍ରତ୍ୟେକ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଗତ 10ବର୍ଷରେ ଦେଶର ସେବା କରିଛନ୍ତି । ମାତ୍ର ଆଗାମୀ ୧୦୦ ଦିନ ଶକ୍ତି, ଉତ୍ସାହ, ବିଶ୍ବାସର ସହ କାମ କରିବାକୁ ପଡିବ । ଆଜି ୧୮ ଫେବୃଆରୀ, ୧୮ ବର୍ଷ ବୟସରେ ପହଞ୍ଚିଥିବା ଯେଉଁ ନୂଆ ମତଦାତାମାନେ ମତାଧିକାର ସାବ୍ୟସ୍ତ କରିବାର ଅଧିକାର ପାଇଛନ୍ତି, ସେମାନେ ଦେଶର ଅଷ୍ଟଦଶ ଲୋକସଭା ନିର୍ବାଚନରେ ପ୍ରଥମ ଥର ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ପ୍ରତ୍ୟେକ ନୂଆ ଭୋଟର, ଲାଭାର୍ଥୀ, ସମାଜର ପ୍ରତ୍ୟେକ ବର୍ଗ, ପନ୍ଥ ଓ ପରମ୍ପରା ସହ ଏହି ୧୦୦ ଦିନ ମଧ୍ୟରେ ଆମକୁ ସମ୍ପର୍କ କରିବାକୁ ହେବ ।’’

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷରେ ବିଜେପି ସରକାର ଦେଶର ଗରିବ, ମଧ୍ୟବିତ୍ତଙ୍କ ପାଇଁ ଅନେକ କିଛି ଯୋଜନା କାର୍ଯ୍ୟକାରୀ କରିଛି । ସେମାନଙ୍କ ଜୀବନଧାରଣ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ ହୋଇଛି । ହେଲେ ଏବେ ମଧ୍ୟ ଅନେକ କିଛି କରିବାର ବାକି ଅଛି । ଯାହା ଏହି ତୃତୀୟ ଚରଣରେ ହେବାକୁ ଯାଉଛି । ଆଜିର ଭାରତୀୟ ଜନତା ପାର୍ଟି ଦେଶର ଯୁବଶକ୍ତି, ନାରୀ ଶକ୍ତି, ଗରିବ ଓ କୃଷକଙ୍କ ଶକ୍ତିକୁ ନେଇ ନିର୍ଣ୍ଣୟର ଶକ୍ତି ସହ ଆଗକୁ ବଢୁଛି । ନିଜ ସରକାରର ଉପଲବ୍ଧି ଓ ନିର୍ବାଚନୀ କାର୍ଯ୍ୟପନ୍ଥା ସହ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି । ପରିବାରବାଦ ରାଜନୀତି ନେଇ ସେ ବିରୋଧୀ ଦଳଙ୍କୁ କଡା ସମାଲୋଚନା କରିଛନ୍ତି । ସୋନିଆ ଗାନ୍ଧୀ ପୁଅ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଚ୍ଛା ରଖିଛନ୍ତି । ମହାରାଷ୍ଟ୍ରରେ ପାଓ୍ବାର ସାହେବ ଝିଅକୁ ମୁଖ୍ୟମନ୍ତ୍ରୀ କରିବାର ସ୍ବପ୍ନ ରଖିଛନ୍ତି । ମମତା ବାନାର୍ଜୀ ପୁତୁରାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଇଚ୍ଛୁକ, ଷ୍ଟାଲିନ ମଧ୍ୟ ତାଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚାହାନ୍ତି, ଲାଲୁ ଯାଦବ ମଧ୍ୟ ପୁଅକୁ ବିହାର ମୁଖ୍ୟମନ୍ତ୍ରୀ କରିବାକୁ ଚାହାନ୍ତି । ଏମାନେ ପରିବାରବାଦ ଓ କ୍ଷମତା ରାଜନୀତିରେ ବୁଡି ରହିଲେ । ସେମାନେ କ’ଣ ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତା କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking