17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଶାଶୂଘରକୁ ଯାଉଥିଲେ ନବ ବିବାହିତା, ବାଟରୁ ଉଠାଇ ନେଲା ପ୍ରେମିକ

ଶାଶୂଘରକୁ ଯାଉଥିଲେ ନବ ବିବାହିତା, ବାଟରୁ ଉଠାଇ ନେଲା ପ୍ରେମିକ

ଲକ୍ଷ୍ନୌ: ଏବେ ଚାଲିଛି ପ୍ରେମର ଋତୁ । ଗୋଲାପ, ଚକଲେଟରେ ପ୍ରେମ ସପ୍ତାହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରେମର ଏହି ଗୋଲାପୀ ସପ୍ତାହରେ ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରୁ ଜଣେ ପ୍ରେମିକ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଶାଶୁଘର ଯିବା ବାଟରେ ନବ ବିବାହିତା ପ୍ରେମିକାଙ୍କୁ ପୁରା ଫିଲ୍ମ ଷ୍ଟାଇଲରେ ବିଚ ରାସ୍ତାରୁ ଉଠାଇ ନେଇଛନ୍ତି ପ୍ରେମିକ ପ୍ରବର । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବସ୍ତି ଜିଲ୍ଲା ଗୋଟୱା ଓଭରବ୍ରିଜ ନିକଟ ୨୮ ନମ୍ବର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଜଣେ ନବ ବିବାହିତା ମହିଳା ନିଜର ସମ୍ପର୍କୀୟଙ୍କ ସହ କାର୍‌ରେ ଶାଶୁ ଘର ଯାଉଥିଲେ । ଜାତୀୟ ରାଜପଥରେ କାର୍ ଆଗକୁ ବଢୁଥିଲା । ଏତିକି ବେଳେ ହଠାତ୍ ଏକ ଫର୍ଚୁନର ଗାଡି କାର୍ ସାମ୍ନାକୁ ଆସିଯାଇଥିଲା । ୫ରୁ ୬ ଜଣ ଲୋକଙ୍କ ସେଥିରୁ ବାହାରି ମହିଳାଙ୍କ ହାତକୁ ଟାଣି ଜୋର ଜବରଦସ୍ତ ନିଜ ଗାଡିରେ ବସାଇ ନେଇଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ମହିଳାଙ୍କ ଦିଅର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ରମେଶ ନାମକ କୌଣସି ବ୍ୟକ୍ତି ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ନବ ବିବାହିତା ମହିଳାଙ୍କ ସହ ତାଙ୍କର ଦୀର୍ଘ ଦିନର ପ୍ରେମ ସମ୍ପର୍କ ରହିଥିଲା । ବିବାହିତ ମହିଳାଙ୍କ ସ୍ୱାମୀ କହିଛନ୍ତି, ତାଙ୍କର ବିବାହକୁ ମାତ୍ର କେଇ ମାସ ହୋଇଛି । ନିଜ ପତ୍ନୀଙ୍କ ସମ୍ପର୍କରେ ସେ ଏଭଳି କୌଣସି କଥା ପୂର୍ବରୁ ଜାଣିନଥିଲେ । ଏମିତିକି କିଏ ତାଙ୍କ ପତ୍ନୀଙ୍କୁ ବାଟରୁ ଉଠାଇ ନେଲେ ଓ କାହିଁକି ତାହା ମଧ୍ୟ ତାଙ୍କୁ ଜଣାନଥିଲା । ଏନେଇ ଡିଏସପି ଶେଷମଣି ଉପାଧ୍ୟାୟ କହିଛନ୍ତି ଯେ, ମହିଳାଙ୍କୁ ଉଦ୍ଧାର କରାଯାଇ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ଏହାପରେ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କର ବୟାନ ରେକର୍ଡ କରାଯିବ । ବର୍ତ୍ତମାନ ଅଭିଯୁକ୍ତ ନେତା ପୋଲିସ ହେପାଜତରେ ଅଛନ୍ତି । ତାଙ୍କୁ ଘଟଣା ସମ୍ପର୍କରେ ପଚାଉଚରା କରାଯାଉଛି । ପୋଲିସ ମହିଳାଙ୍କ ବୟାନ ଆଧାରରେ ଆଗାମୀ ପଦକ୍ଷେପ ଗ୍ରହଣ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking