19.1 C
Bhubaneswar
Friday, November 22, 2024
Homeଓଡିଶାସବୁ ଗାଡିପାଇଁ ନୂଆ ନିୟମ, ଲାଗିବ ଟ୍ରାକିଂ ଏବଂ ସୁରକ୍ଷା ଡିଭାଇସ୍‌

ସବୁ ଗାଡିପାଇଁ ନୂଆ ନିୟମ, ଲାଗିବ ଟ୍ରାକିଂ ଏବଂ ସୁରକ୍ଷା ଡିଭାଇସ୍‌

ଭୁବନେଶ୍ୱର:  ସଡକ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ଏବେ ଗାଡିମାନଙ୍କରେ ବିଭିନ୍ନ ସୁରକ୍ଷା ଯନ୍ତ୍ର ସାମିଲ କରାଯାଉଛି । ଏବେ ସମସ୍ତ ନୂଆ ଗାଡିମାନଙ୍କରେ ଟ୍ରାକିଂ ତଥା ସେଫ୍ଟି ଡିଭାଇସ୍‌ -ଭିଏଲ୍‌ଡିଟି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରାଯିବ । ନହେଲେ ଅକ୍ଟୋବର ୧ ତାରିଖ ପରଠାରୁ ଏହାର ପଞ୍ଜିକରଣ ବା ରେଜିଷ୍ଟ୍ରେସନ୍‌ ହେବ ନାହିଁ ବୋଲି ଜଣା ପଡିଛି ।

ପୂର୍ବରୁ ଯେଉଁମାନଙ୍କର ଗାଡି ପଞ୍ଜି କରଣ ହୋଇଛି ସେମାନଙ୍କ ଗାଡିରେ ଏହି ଡିଭାଇସ୍‌ ଲଗାଇବା ପାଇଁ କୁହାଯାଇଛି । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଛି ।

ଗାଡିମାନଙ୍କର ଟ୍ରାକିଂ, ପାନିକ ବଟନ ଲଗାଇବା ପାଇଁ କୁହାଯାଇଛି । ମହିଳା ଏବଂ ଶିଶୁମାନଙ୍କର ସୁରକ୍ଷା ପାଇଁ ଏହା ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି ।

ଦୁଇ ଚକିଆଠାରୁ ଆରମ୍ଭ କରି ସମସ୍ତ ଗାଡିରେ ଏହାକୁ ଲଗାଇବା ପାଇଁ କୁହାଯାଇଛି । ପରିବହନ ବିଭାଗର ଓ୍ୱେବସାଇଟ୍‌କୁ କ୍ଷମତାପ୍ରାପ୍ତ ବିକ୍ରେତାଙ୍କ ଠାରୁ ଏହାକୁ କିଣିବା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking