ନୂଆଦିଲ୍ଲୀ : ୧୯୮୮ ବ୍ୟାଚ୍ ଆନ୍ଧ୍ରପ୍ରଦେଶ କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ଗିରଧର ଅର୍ମାନେ ମଙ୍ଗଳବାର କେନ୍ଦ୍ରରେ ପ୍ରତିରକ୍ଷା ସଚିବଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଇତିପୂର୍ବରୁ ସେ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବଭାବେ କାର୍ଯ୍ୟରତ ଥିଲେ ।
ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗିରିଧର ଇଣ୍ଡିଆ ଗେଟ୍ ନିକଟରେ ନିର୍ମିତ ନ୍ୟାସନାଲ ୱାର୍ ମେମୋରିଆଲ ପରିଦର୍ଶନ କରି ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୩୨ବର୍ଷର ପ୍ରଶାସନିକ କ୍ୟାରିୟରରେ ଗିରଧର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି ।