18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୨, ମ୍ୟାଜିକ ନମ୍ବର ହାସଲ କଲା ଏନଡିଏ

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୨, ମ୍ୟାଜିକ ନମ୍ବର ହାସଲ କଲା ଏନଡିଏ

ନୂଆଦିଲ୍ଲୀ: ରାଜ୍ୟସଭାକୁ ଆଜି ୧୨ଜଣ ସାଂସଦ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ୯ଜଣ ସାଂସଦ ରହିଥିବା ବେଳେ ଏନ୍‌ଡିଏର ଦୁଇ ସହଯୋଗୀ ଦଳ ଅଜିତ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଏବଂ ରାଷ୍ଟ୍ରୀୟ ଲୋକମଞ୍ଚର ଜଣେ ଲେଖାଏ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ସେହିପରି କଂଗ୍ରେସରୁ ଅଭିଷେକ ମନୁ ସିଙ୍ଘଭୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।
ପ୍ରକାଶ, ରାଜ୍ୟସଭାରେ ମୋଟ୍ ଆସନ ସଂଖ୍ୟା ୨୪୫ । କିନ୍ତୁ ବର୍ତ୍ତମାନ ସମୟରେ ୮ଟି ଆସନ ଖାଲି ପଡ଼ିଛି । ଏହାର ଅର୍ଥ ରାଜ୍ୟସଭାରେ ଏବେ ମୋଟ୍ ସଦସ୍ୟ ସଂଖ୍ୟା ୨୩୭ ରହିଛି । ସେହିପରି ଏଠାରେ କୌଣସି ବିଲ୍ ପାରିତ କରାଇବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୯ ରହିଛି । ବିଜେପିର ୯ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ପକ୍ଷରୁ ୨ଟି ଆସନ ମିଳିବା ଫଳରେ ଏନ୍‌ଡିଏକୁ ଏବେ ରାଜ୍ୟସଭାରେ ବହୁମତ ମିଳିଯାଇଛି । ଏନ୍‌ଡିଏର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୧୧୨ରେ ପହଞ୍ôଚଛି । ସେହିପରି ଶାସକ ଏନ୍‌ଡିଏକୁ ରାଜ୍ୟସଭାରେ ୬ ଜଣ ମନୋନୀତ ସଦସ୍ୟ ଓ ଜଣେ ସ୍ୱାଧୀନ ସାଂସଦ ମଧ୍ୟ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷେ ଅଭିଷେକ ମନୁ ସିଂଘଭୀଙ୍କ ରୂପେ ବିରୋଧୀ ଦଳଙ୍କୁ ଗୋଟିଏ ଆସନ ମିଳିବା ପରେ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ।
ବିଜେପିରୁ ଆଜି ନିର୍ନ୍ଦ୍ୱଦ୍ୱରେ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରେ ଆସାମରୁ ରଞ୍ଜନ ଦାସ ଓ ରାମେଶ୍ୱର ତେଲି, ବିହାରରୁ ମନନ କୁମାର ମିଶ୍ରା, ହରିଆଣାରୁ କିରଣ ଚୌଧୁରୀ, ମଧ୍ୟପ୍ରଦେଶରୁ ଜର୍ଜ କରୁୟନ, ମହାରାଷ୍ଟ୍ରରୁ ଧୈର୍ଯ୍ୟଶୀଳ ପାଟିଲ, ଓଡ଼ିଶାର ମମତା ମହାନ୍ତ, ରାଜସ୍ଥାନରୁ ରବନୀତ ସିଂହ ବିଟ୍ଟୁ ଓ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି । ସେହିପରି ତେଲଙ୍ଗାନାରୁ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ମହାରାଷ୍ଟ୍ରରୁ ଅଜିତ ପାୱାରଙ୍କ ଏନ୍‌ସିପିରୁ ନୀତୀନ ପଟେଲ ଓ ଆରଏଲଏମ୍‌ରୁ ଉପେନ୍ଦ୍ର କୁଶୱା ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking