14.1 C
Bhubaneswar
Monday, January 12, 2026
Homeମନୋରଞ୍ଜନଫେରାଇ ନିଆଗଲା ଜାତୀୟ ପୁରସ୍କାର

ଫେରାଇ ନିଆଗଲା ଜାତୀୟ ପୁରସ୍କାର

ନୂଆଦିଲ୍ଲୀ : ରାଜକୁମାର ରାଓ-ଶ୍ରଦ୍ଧା କପୁର ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ ୨’ର ଲୋକପ୍ରିୟ ଗୀତ ‘ଆଇ ନେହିଁ’ର କୋରିଓଗ୍ରାଫର ଶେଖ୍‌ ଜାପୀ ବାଶା ଓରଫ୍‌ ଜାନୀ ମାଷ୍ଟରଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଦୁଷ୍କର୍ମ ଅଭିଯୋଗରେ ଜାନୀ ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଇତି ମଧ୍ୟରେ ତାଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ‘ମେଘମ୍ କରୁକ୍କଥା’ ଗୀତ ପାଇଁ ‘ଶ୍ରେଷ୍ଠ କୋରିଓଗ୍ରାଫି ବର୍ଗ’ରେ ଜାନୀ ମାଷ୍ଟରଙ୍କୁ ମିଳିବାକୁ ଥିବା ଜାତୀୟ ପୁରସ୍କାର ପ୍ରତ୍ୟାହାର କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବୟାନ ଜାରି କରି ଘୋଷଣା କରିଛି ଯେ, ଜାନୀ ମାଷ୍ଟରଙ୍କୁ ଦିଆଯିବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରଦ୍ଦ କରିଦିଆଯାଇଛି। ଏହା ବ୍ୟତୀତ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ଯୋଗ ଦେବାପାଇଁ ଜାନୀ ମାଷ୍ଟରଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ମଧ୍ୟ ରଦ୍ଦ କରି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking